ମାତ୍ର ୩ ମିନିଟରେ ଲୁଟିନେଲେ ବ୍ୟାଙ୍କ: ଗଲାବେଳେ ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇଦେଲେ ଦୁର୍ବୃତ୍ତ

439

କନକ ବ୍ୟୁରୋ: ଦିନ ଦ୍ୱିପ୍ରହରରେ ବ୍ୟାଙ୍କରୁ ଲୁଟ୍ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବରୁଣଗଡିଆ ସ୍ଥିତ ବ୍ୟାଙ୍କ ଅପ୍ ବରୋଦାରୁ ୮ ଲକ୍ଷରୁ ଉଦ୍ଦ୍ୱର୍ ଟଙ୍କା ଲୁଟିନେଲେ ଦୁର୍ବୃତ । ବାଇକ୍ରେ ୮ଜଣ ଦୁର୍ବୃତ ଆସି ଟଙ୍କା ଲୁଟିନେଇଛନ୍ତି । ହାତରେ ମାରଣାସ୍ତ୍ର ଧରି ବ୍ୟାଙ୍କ କର୍ମଚାରୀ ଏବଂ ଭିତରେ ଥିବା ଗ୍ରାହକଙ୍କୁ ଭୟଭୀତ କରାଇ ଲୁଟି ନେଇଛନ୍ତି । ଏହି ୮ ଦୁବୃର୍ତଙ୍କ ମଧ୍ୟରେ ୨ଜଣ ମୁହଁରେ ମାସ୍କ ଲଗାଇଥିବା ବେଳେ ପରସ୍ପର ସହ ବଙ୍ଗଳାରେ କଥା ହେଉଥିଲେ । ପ୍ରଥମେ ସେମାନେ ବ୍ୟାଙ୍କରେ ଲାଗିଥିବା ସିସିଟିଭିର କନନେସନ୍ କାଟିବା ପରେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଟଙ୍କା ଲୁଟିଥିଲେ । ଟଙ୍କା ଲୁଟିନେବା ପରେ ବାହାର ପଟୁ ତାଲା ପକାଇ ଫେରାର ହୋଇଯାଇଛନ୍ତି ।