ଚିଲିକା ଟାପୁରେ ଚାଲିଛି ବାଲିଯାତ୍ରା: ଯାତ୍ରା ଦେଖିବାକୁ ଜମୁଛି ଲୋକଙ୍କ ଭିଡ

132

କନକ ବ୍ୟୁରୋ: ଚିଲିକା ପାରିକୁଦ ଅଂଚଳରେ ଚାଲିଛି ପଣାଯାତ୍ରା । ଏଠାରେ ୧୭ଟି ଗାଁର ଗ୍ରାମଦେବତା ବିରାଜମାନ କରିଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ପଣା ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ଏହି ଯାତ୍ରାକୁ ଦ୍ୱୀତିୟ ବାଲିଯାତ୍ରା ବୋଲି କୁହାଯାଏ । ୩୫ ମୌଜାର ପ୍ରସିଦ୍ଦ ପଣା ଯାତ୍ରା ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି । ଯାତ୍ରା ଦେଖିବା ପାଇଁ ଲୋକମାନେ ଚିଲିକାରେ ଦିର୍ଘ ୫ କିଲୋମିଟର ଜଳଯାତ୍ରା କରୁଛନ୍ତି । ଗତ ବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଶ୍ରଧାଳୁଙ୍କ ସମାଗମ ହେଉଛି । ଯାତ୍ରାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ୩୫ ମୌଜା ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଲୋକମାନେ ଯାତ୍ରା ଦେଖିବାକୁ ଆସୁଥିବାରୁ ଗାଁରୁ ୮-୧୦ ଜଣ ବ୍ୟକ୍ତି ପାଳି କରି ଗାଁକୁ ଜଗିଥାନ୍ତି । ଏଥିପାଇଁ ଯାତ୍ରାର ୧୫ ଦିନ ଆଗରୁ ଗାଁରେ କମିଟିର ମିଟିଂରେ ନିଷ୍ପତି ହୋଇଛି । ପେଟ୍ରୋ ମାକ୍ସ ଲାଇଟ୍ ଲଗାଇ ଗାଁ ଜଗିଥାନ୍ତି ଗାଁର ବରିଷ୍ଠ ନାଗରିକ । ଏହି ଯାତ୍ରାରେ ଠାକୁରାଣୀଙ୍କ ଦର୍ଶନ କରିବା ସହ ପାଇକ ଆଖଡା ଦେଖିଥାନ୍ତି ଦର୍ଶକ ।