‘ବାଗୀ-୨’ର ଟ୍ରେଲର ରିଲିଜ ! ଦମଦାର ଲୁକରେ ନଜର ଆସିଲେ ଟାଇଗର, ୟୁଟ୍ୟୁବର ଟପ ଟ୍ରେଣ୍ଡିଂରେ ଆକ୍ସନ ହିରୋଙ୍କ ବାଗି-୨

218

ରିଲିଜ ହୋଇଛି ଆକ୍ସନ୍-ରୋମାଣ୍ଟିକ ଫିଲ୍ମ ‘ବାଗି-୨’ର ଟ୍ରେଲର । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ବଲିଉଡର ପରଫେକ୍ସନିଷ୍ଟ ଟାଇଗର ଶ୍ରଫ୍ ଏବଂ ତାଙ୍କ ପ୍ରେମିକା ଦିଶା ପଟାନୀ । ଟ୍ରେଲର୍ ରିଲିଜ ପରେ ଟାଇଗରଙ୍କ ଲୁକ୍ ଏବଂ ତାଙ୍କ ଆକ୍ସନଙ୍କୁ ବେଶ ପସନ୍ଦ କରିଛନ୍ତି ଦର୍ଶକେ । ‘ବାଗି’ ଠାରୁ ଏହା ସମ୍ପୁର୍ଣ୍ଣ ଅଲଗା ଲାଗୁଛି ବୋଲି ପ୍ରଶଂସକମାନେ ମତ ରଖିଛନ୍ତି । ଖାସ୍ କରି ଏଥିରେ ଥିବା ଟାଇଗରଙ୍କର ଆକ୍ସନ୍ ସିକ୍ୟୁଏନ୍ସକୁ ଦେଖି ଦର୍ଶକମାନେ ବେଶ ପସନ୍ଦ କରିବା ସହ ତାଙ୍କ ଭଲପାଇବା ମଧ୍ୟ ବଢ଼ି ଯାଇଛି ବୋଲି ଅନେକ ପ୍ରଶଂସକ ମତ ରଖିଛନ୍ତି ।

ବାଗି-୨ ଫିଲ୍ମର ଟ୍ରେଲର ରିଲିଜ ହେବାର ୨୪ ଘଣ୍ଟା ମଧ୍ୟରେ ଏହି ଆକ୍ସନଭିତ୍ତିକ ଟ୍ରେଲର ୟୁଟ୍ୟୁବରେ ଟ୍ରପ ଟ୍ରେଣ୍ଡିଂରେ ରହିଛି । ଖାସକରି ଟ୍ରେଲରରେ ଟାଇଗରଙ୍କ ବଡି ଓ ତାଙ୍କ ଚାହାଣୀ ଦର୍ଶକଙ୍କୁ ମତୁଆଲା କରିଛି । ଫିଲ୍ମଟି ହଲିଉଡ ଷ୍ଟାଇଲରେ ନିର୍ମିତ ହୋଇଛି । ଏହି ଟ୍ରେଲରକୁ ଏବେ ପର୍ଯ୍ୟନ୍ତ ୯୩ ଲକ୍ଷ ଲୋକ ଦେଖି ସାରିଲେଣି । ଆଗାମୀ ମାର୍ଚ୍ଚ ୩୦ ତାରିଖରେ ଏହି ଫିଲ୍ମଟି ରିଲିଜ ହେବ ବୋଲି ଜଣାପଡିଛି ।