ଆୟୁଷ୍ମାନ ବନାମ ବିଜୁ ସ୍ୱାସ୍ଥ୍ୟ ଯୋଜନା : ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ପୁଣି ବିଜେପିର ଦାବି

62

କନକ ବ୍ୟୁରୋ : ଆୟୁଷ୍ମାନ ଯୋଜନା ବନାମ ବିଜୁ ସ୍ୱାସ୍ଥ୍ୟ ଯୋଜନା । ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ପୁଣି ବିଜେପି ତରଫରୁ ଦାବି । ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ଜନ୍ ବାର୍ଲା ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଦାବି କରିଛନ୍ତି ।

ସେ ନିଜ ଭାଷଣରେ କହିଛନ୍ତି ଯେ, ହାତଯୋଡ଼ି ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରୁଛି ଯେ, ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରନ୍ତୁ, ଫଲରେ ଏହାର ଲାଭ ଓଡ଼ିଶାବାସୀଙ୍କୁ ମିଳିପାରିବ । ପୂର୍ବରୁ ମଧ୍ୟ ଆୟୁଷ୍ମାନ ଯୋଜନା ବନାମ ବିଜୁ ସ୍ୱାସ୍ଥ୍ୟ ଯୋଜନା ପ୍ରସଙ୍ଗେରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇସାରିଛନ୍ତି । ଦେଶର ଅନେକ ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏହା ଓଡ଼ିଶାରେ ହୋଇନାହିଁ । ତେବେ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ରାଜ୍ୟବାସୀଙ୍କୁ ସୁବିଧା ପ୍ରଦାନ କରିଛନ୍ତି ନବୀନ ସରକାର ।