ମୟୁରଭଞ୍ଜର କାଇଚଟଣୀ ପରେ… ନୟାଗଡର କଣ୍ଟା ବାଇଗଣ ଓ ଢେଙ୍କନାଳର ମିଠା ମଗଜିକୁ ଜିଆଇ ଟ୍ୟାଗ ପାଇଁ ଆବେଦନ

242

କନକ ବ୍ୟୁରୋ: ମୟୁରଭଂଜର କାଇଚଟଣୀ ସହ ମୟୁରଭଂଜର ସବାଇ ପ୍ରଡକ୍ଟ ବା ସବାଇଘାଷରୁ ତିଆରି ହୋଇଥିବା ବିଭିନ୍ନ ପ୍ରଡକ୍ଟକୁ ଜିଆଇ ଟ୍ୟାଗ ପାଇଁ ଆବେଦନ କରିଛନ୍ତି ଓଡିଶା ସରକାର । ଏହା ସହ ନୟାଗଡ କଣ୍ଟା ବାଇଗଣ, ଢେଙ୍କାନଳ ମିଠା ମଗଜି, ସୋରୋଡା ପଦ୍ମ ପାଇଁ ବି ଆବେଦନ ହୋଇଥିବା ଜଣା ପଡିଛି । କାଇଚଟଣୀ ଏବଂ ସବାଇ ଘାସ ଆବେସନରେ ଏଫସିଆର୍ ସହ ସମସ୍ତ ତଥ୍ୟ ଦିଆ ସରିଛି । ଖୁବ ଶୀଘ୍ର ଏକ କମିଟି ବସି ରିପୋର୍ଟ ସମ୍ପର୍କରେ ଅନୁସଦନ୍ଧାନ କରି ନିଷ୍ପତିନେବ ।

ତେବେ ମୟୁରଭଂଜର ଏହି ଦୁଇ ପ୍ରପକ୍ଟ ବେଶ ଲୋକପ୍ରିୟ ଏବଂ ବିଦେଶକୁ ମଧ୍ୟ ରପ୍ତାନୀ ହେଉଛି । ତେଣୁ ଜିଆଇ ଟ୍ୟାଗ ମିଳୀବ ବୋଲି ଆଶା କରା ଯାଇଛି । ଏହା ସହ ନୟାଗଡର କଳାପଥର ଅଚଂଳର କଣ୍ଟା ବାଇଗଣ ଯାହା ଓଡିସାର କେଉଁଠି ମିଳେନାହିଁ ଓ ଢେଙ୍କାନାଳର ମଇଁଷି ଛେନାରେ ତିଆରି ହେଏଉଥିବା ଏକ ମିଠା ମଗଜୀ ଯାହାର ସ୍ୱାଦ ଭିନ୍ନ । ସେହିପରି ସୋରୋଡାର ୨୨୦ ପାଖୁଡା ବିଶିଷ୍ଟ ପଦ୍ମ ର ସ୍ୱତନ୍ତ୍ର ପରିଚୟ ରହିଛି । ତେଣୁ ଏସବୁ ଜିଆଇ ଟ୍ୟାଗ ପାଇଁ ଆବେଦନ ମଧ୍ୟ କରାଯାଇଛି ।