ଖୁସିରେ ନାଚୁ ନାଚୁ ବଦଳିଗଲା ଭାଗ୍ୟ । ତିନି ମିନିଟର ନାଚ ପାଇଁ ରାତାରାତି ହୋଇଗଲେ ଷ୍ଟାର । ଅଟୋ ଚାଳକଙ୍କୁ ମିଳିଲା ଦୁଇ ଦୁଇଟି ସିନେମାର ଅଫର ।

934

କନକ ବ୍ୟୁରୋ: ଖୁସିରେ ନାଚୁ ନାଚୁ ବଦଳିଗଲା ଭାଗ୍ୟ । ଭାଇରାଲ ଭିଡିଓ ପାଇଁ ରାତାରାତି ହୋଇଗଲେ ଷ୍ଟାର । ଆଉ ଅଟୋ ଚାଳକଙ୍କୁ ମିଳିଲା ଫିଲ୍ମ ଅଫର । କଥାଟା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କାହାଣୀ କିନ୍ତୁ ପୂରା ସତ । ଜଣେ ଅଟୋ ଡ୍ରାଇଭରଙ୍କ ଡ୍ୟାନ୍ସ ସୋସିଆଲ ମିଡିଆରେ ଏତେ ଭାଇରାଲ ହେଲା ଯେ, ତାଙ୍କ ନାଚ ଦେଖି ସମସ୍ତେ ଝୁମିଲେ । ବିନା ଶିକ୍ଷାରେ ତାଳ ସହ ତାଳ ଦେଇ ନାଚୁଥିବା ଅଟୋ ଚାଳକଙ୍କ ନୃତ୍ୟ ଏତେ ମନଛୁଆଁ ଆଉ ଚମକ୍ରାର ଥିଲା ବାଧ୍ୟ ହୋଇ ପିଲ୍ମ ନିର୍ଦ୍ଦେଶକ ଦୁଇଟି ଦୁଇଟି ସିନେମାର ଅଫର ଦେଇଛନ୍ତି ଆଉ ଡ୍ରାଇଭର ଜଣଙ୍କ ସିନେମା ପାଇଁ ସାଇନ ବି କରିଛନ୍ତି ।

ତେବେ ମହାରାଷ୍ଟ୍ରର ୪୫ ବର୍ଷୀୟ ବ୍ୟକ୍ତି ବାବାଜୀ କାମ୍ବଲେ ବାରାମତୀ ସହରରେ ଅଟୋ ଚଳାନ୍ତି । ଦିନେ ଅଟୋରେ ଗ୍ୟାସ ଭରିବାକୁ ପେଟ୍ରୋଲ ପମ୍ପ ଯାଇଥିବା ବେଳେ କରେଣ୍ଟ ନଥିବାରୁ ଅପେକ୍ଷା କରିବାକୁ ପଡିଥିଲା । ଆଉ ଏତିକି ବେଳେ ସମୟ ଅତିବାହିତ କରିବାକୁ ବାବାଜୀ ଅଟୋରେ ଗୀତ ବଜାଇଥିଲେ ବି ସାଥି ଅଟୋ ଚାଳକ ଡ୍ୟାନ୍ସ କରିବାକୁ ବାଧ୍ୟ କରିଥିଲେ । ଆଉ ତାପରେ ପେଟ୍ରୋଲ ପମ୍ପରେ ଡ୍ରାଇଭର କରିଥିଲେ ଧମାକେଦାର ଡ୍ୟାନ୍ସ । ମହାରାଷ୍ଟ୍ରର ମହିଳାମାନେ କରୁଥିବା ପାରମ୍ପରିକ ଲୋକନୃତ୍ୟୁ ‘ଲାବଣୀ’ ନାଚି ସମସ୍ତଙ୍କ ଚମକାଇ ଦେଇଥିଲେ ବାବାଜୀ
ତେବେ ଡ୍ରାଇଭରଙ୍କ ଏହି ଭିଡିଓଟି ଚାହୁଁଚାହୁଁ ଏତେ ମାତ୍ରାରେ ଭାଇରାଲ ହୋଇଗଲା ଯେ, ଶେଷରେ ତାଙ୍କ ପ୍ରତିଭାରେ ପ୍ରଭାବିତ ହୋଇ ଫିଲ୍ମ ନିର୍ଦ୍ଦେଶକ ଘନଶ୍ୟାମ ୟେଡେ ତାଙ୍କୁ ଅଫର ଦେଇଥିଲେ ଆଉ ସେ ଦୁଇଟି ମରାଠୀ ଫିଲ୍ମ ‘ଚଲରେ ଫୌଜୀ’ ଏବଂ ‘କବଚ’ରେ କାମ କରିବେ ବୋଲି ଜଣାପଡିଛି ।

ସେପଟେ ଡ୍ୟାନ୍ସ କରି ଚର୍ଚ୍ଚିତ ଥିବା ବାବାଜୀଙ୍କ ପରିବାର କହିଲେ ଦୁଇ ପୁଅ । ବଡ ପୁଅ ଦଶମରେ ପଢୁଥିବା ବେଳେ ସାନ ପୁଅ ସପ୍ତମରେ ପଢୁଛି । ତେବେ ଗୋଟିଏ ଭିଡିଓ ଯେ ତାଙ୍କ ଭାଗ୍ୟ ବଦଳାଇଦେବ ଆଉ ତାଙ୍କୁ ଫିଲ୍ମ ଅଫର ମିଳିବ ତାହା ଅଟୋ ଚାଳକ ଜଣଙ୍କ କେବେ ବି ଭାବି ନଥିଲେ, ଏତେ ବଡ ଅଫର ପରେ ସେ ଭାରି ଖୁସି ଅଛନ୍ତି ।