ଖେଳାଳିଙ୍କ ସ୍ୱାସ୍ଥ୍ୟ ସହ ଖେଳ । କୋଭିଡ ପଜିଟିଭ୍ ଥିବା ଜାଣି ମଧ୍ୟ ଭାରତୀୟ ଟିମ୍ ସହ ମ୍ୟାଚ୍ ଖେଳିଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟର

236

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମର ଖେଳାଳି ତାହିଲା ମୈକଗ୍ରା କୋଭିଡ ପଜିଟିିଭ୍ ଥିବା ଜାଣି ସୁଦ୍ଧା ଭାରତ ସହ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଖେଳିଲେ । ଅନ୍ତର୍ଜାତୀୟ କ୍ରିକେଟରେ ଏହା ପ୍ରଥମ ଘଟଣା, ଯେବେ କୌଣସି ଖେଳାଳିଙ୍କୁ କୋଭିଡ ପିଜଟିଭ୍ ଥିବା ଜଣାପଡିବା ପରେ ବି ତାଙ୍କୁ ପିଚକୁ ଓଡ୍ଲାଇବାକୁ ଅନୁମତି ମିଳିଲା । ଏବେ ଏହି ଅଷ୍ଟ୍ରେଲିୟ ଖେଳାଳି ଫାଇନାଲ ମ୍ୟାଚ୍ ଖେଳିବା ଉପରେ ଅନେକ ପ୍ରଶ୍ନ ଉଠୁଛି ।

କମନୱେଲଥ୍ ଗେମ୍ସ ୨୦୨୨ରେ ଭାରତୀୟ ମହିଳା କ୍ରିକେଟ ଟିମକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ରବିବାର ବର୍ମିଂହମରେ ଚାଲିଥିବା ଜେବେଷ୍ଟନ୍ ମୈଦାନରେ ଅନୁଷ୍ଠିତ ରୋମାଞ୍ଚକର ଫାଇନାଲ ମୁକାବିଲାରେ ହରମନପ୍ରୀତଙ୍କ କ୍ୟାପ୍ଟେନସିପରେ ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ଠାରୁ ୯ ରନରେ ହାରର ସାମନା କରିବାକୁ ପଡିଲା । ହେଲେ ଖେଳ ମଧ୍ୟରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟର ତଥା ଅଲରାଉଣ୍ଡର ମୈକଗ୍ରାଙ୍କୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ମ୍ୟାଚ ପୂର୍ବରୁ ତାଙ୍କୁ କରୋନାର ଲକ୍ଷଣ ଦେଖାଯାଇଥିଲା । ସେ ଟେଷ୍ଟ କରାଇବା ପରେ ସେ ପଜିଟିଭ ବୋଲି ମଧ୍ୟ ଜଣାପଡିଥିଲା । ଏହା ସତ୍ତେ୍ୱ ସେ ମ୍ୟାଚରେ ଭାଗ ନେଇଥିଲେ ।

ଯଦିଓ ରାଷ୍ଟ୍ରୀୟ ଗାନ ସମୟରେ ସେ ଅଲଗା ଛିଡା ହୋଇଥିଲେ ହେଲେ ମ୍ୟାଚ ମଧ୍ୟରେ ନମ୍ବର ୪ରେ ମୈକଗ୍ରା ବିନା ମାସ୍କରେ ବୋଲିଂ କରିଥିଲେ । ଏପରି ସ୍ଥିତିରେ ତାଙ୍କୁ କିପରି ଖେଳିବାକୁ ଅନୁମତି ଦିଆଗଲା ବୋଲି ସବୁ ମହଲରେ ପ୍ରଶ୍ନ ଉଠୁଛି । କମନୱେଲଥ୍ ମୁଖ୍ୟ ଏପରି କରି ଅନ୍ୟ ଖେଳାଳିଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖୋଳିଛନ୍ତି ବୋଲି ଟ୍ରେଣ୍ଡ ହେଉଛି ।