ବିଚ୍ ରାସ୍ତାରେ ପୁଲିସକୁ ମାଡ ! ନୋଏଂଟ୍ରିରେ ଯିବାକୁ ମନା କରିବାରୁ ଟ୍ରାଫିକ୍ କନଷ୍ଟେବଲ୍ ଉପରେ ଆକ୍ରମଣ

30

ବ୍ରହ୍ମପୁର ବ୍ୟୁରୋ : ବ୍ରହ୍ମପୁରରେ ଅରାଜକତା । ବିଚ୍ ରାସ୍ତାରେ ପୁଲିସକୁ ମାଡ । ଏପରିକି ପୁଲିସ ଆଗରେ ପୁଲିସକୁ ମାଡ ହୋଇଛି । ସମସ୍ତେ ଦେଖିଲେ ଚୁପ୍ ରହିଲେ । ସହରର ଗୋଷାଣି ନୂଆଁ ଗାଁ ଥାନା ଅନ୍ଧପସରା ରୋଡରେ କାର୍ଯ୍ୟରତ ଟ୍ରାଫିକ୍ ପୁଲିସ ଉପରେ ଆକ୍ରମଣ ହୋଇଛି । ଦୁଇ ତିନି ଜଣ ଯୁବକ ଟ୍ରାଫିକ୍ କନଷ୍ଟେବଲ୍ ବିପିନ ବିହାରୀ ଗୌଡଙ୍କୁ ନିର୍ଦ୍ଧୁମ ମାଡ ମାରିଛନ୍ତି ।

ଏଥିରେ ବିପିନ ଗୁରୁତର ଆହତ ହୋଇଛନ୍ତି । ତାଂକ କହିବାନୁସାରେ ଆଜି ଅନ୍ଧପସରା ରୋଡରେ ସେ ଡ୍ୟୁଟିରେ ଥିବା ସମୟରେ ସନ୍ତୋଷ ଗୌଡ ଓ ଗଣେଶ୍ୱର ସାହୁ ନୋ ଏଂଟ୍ରିରେ ପଶି ସହରକୁ ଯିବାକୁ ଉଦ୍ୟମ କରିଥିଲେ । ତେବେ ଏହାକୁ ପ୍ରତିରୋଧ କରିବାରୁ ପ୍ରଥମେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଦୁଇଜଣ ଉତକ୍ଷିପ୍ତ ହୋଇ କନଷ୍ଟେବଲଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ସେପଟେ ଗିରଫ ଦୁଇ ଅଭିଯୁକ୍ତ କହିଛନ୍ତି, ସହରକୁ ପ୍ରବେଶ ପାଇଁ ଟ୍ରାଫିକ୍ କନେଷ୍ଟବଳ ତାଂକୁ ଟଂକା ମାଗିଥିଲେ । ଏଥିରେ ସେମାନେ ଅରାଜି ହେବାରୁ କନଷ୍ଟେବଲ୍ ତାଙ୍କୁ ମାଡ ମାରିଛନ୍ତି । ଏପରିକି କନଷ୍ଟେବଲ୍ ତାଂକ ସୁନା ଚେନ୍ ଛଡାଇନେବାକୁ ଉଦ୍ୟମ କରିଥିବା ସେମାନେ ଅଭିଯୋଗ କରିଛନ୍ତି ।