ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ଆକ୍ରମଣ । ଭାଙ୍ଗିଲେ ଗାଡି, ମାଡ ମାରି ଚିରିଦେଲେ ସାର୍ଟ ।

996

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଘଣ୍ଟେଶ୍ୱର ଜୋନକୁ ଆସିବାବେଳେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାଷ ସାହୁଙ୍କ ଉପରେ ଆକ୍ରମଣ ହୋଇଛି । କିଛି ଲୋକ ସୁବାସଙ୍କ ଗାଡିରେ ବିଜେପି ପତାକା ଦେଖି ପୁଲିସ ଉପସ୍ଥିତିରେ ସୁବାସ ଓ ତାଙ୍କର କିଛି ସହଯୋଗୀଙ୍କ ଉପରେ ଆକ୍ରମଣ ହୋଇଛି । ସଭାପତିଙ୍କ ଗାଡିକୁ ଭଙ୍ଗାଯିବା ସହ ମାଡମାରି ସାର୍ଟ ଚିରିଦେଇଛନ୍ତି । ତୋଟାପଡା ଛକରେ ଏହି ଆକ୍ରମଣ ହୋଇଛି ।