ଅଭିନେତା ମଧ୍ୟ ହୁଅନ୍ତି କାଷ୍ଟିଂ କାଉଚର ଶିକାର ! ମୁହଁ ଖୋଲିଲେ ବଲିଉଡର ଏହି ନାୟକ

26

ଆସନ୍ତାକାଲି ରିଲିଜ୍ ହେଉଛି ରବୀନା ଟଣ୍ଡନଙ୍କ ସିନେମା ‘ଶବ୍’ । ଏଥିରେ ରବୀନାଙ୍କ ବ୍ୟତୀତ ଅନ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି ଆଶିଷ ବିଷ୍ଟ୍ , ସଞ୍ଜୟ ସୁରୀ ଏବଂ ଅର୍ପିତା ଚାଟାର୍ଜୀ । ତେବେ ସିନେମା ରିଲିଜ୍ ହେବା ପୂର୍ବରୁ ଏକ ଚାଂଚଲ୍ୟକର ବୟାନ୍ ଦେଇଛନ୍ତିି ଆଶିଷ । କହିଛନ୍ତି, କେବଳ ଅଭିନେତ୍ରୀ ନୁହଁନ୍ତି ଅଭିନେତାମାନେ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଥାନ୍ତି ।

ସେ ନିଜେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବୋଲି କହିଛନ୍ତି ଆଶିଷ । ନବାଗତ ଅଭିନେତା ମାନଙ୍କୁ ଫିଲ୍ମ ନିର୍ମାତା ସିଧା ସଳଖ ପଚାରନ୍ତି , ‘କଣ ତୁମେ ବେଡରେ ମୋ ସହ ସହଜ ଅଛ’ । ନିଜ ସଂଘର୍ଷ ସମୟରେ ଯେତେବେଳେ ଆଶିଷ ମଡେଲିଂ କାମ ପାଇଁ ଡିଜାଇନରଙ୍କ ପାଖକୁ ଯାଆନ୍ତି ସେତେବେଳେ ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି । ଆଶିଷଙ୍କୁ ସଫା ସଫା କୁହାଯାଇଥିଲା ଯଦି ସେ ତାଙ୍କ ସହ ରାତି ବିତେଇବେ ତେବେ ଯାଇ ଆଗାମୀ ପ୍ରୋଜେକ୍ଟରେ କାମ ମିଳିବ ।

ଏହା ପୂର୍ବରୁ ବଲିଉଡର ଅନେକ ନାମୀ ଅଭିନେତ୍ରୀ କାଷ୍ଟିଂ କାଉଚ୍ ନେଇ ମୁହଁ ଖୋଲିଥିଲେ । ଷ୍ଟ୍ରଗଲ୍ ସମୟରେ କିପରି ବଡ ବଡ ନିର୍ଦ୍ଦେଶକ ସେମାନଙ୍କ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିଲେ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ । ଆଉ ଏବେ ଅଭିନେତା ମାନେ ମଧ୍ୟ ଏଥିରୁ ବାଦ୍ ପଡି ନାହାଁନ୍ତି । କାଷ୍ଟିଂ କାଉଚ୍ ଜାଲରେ ପୁରା ବଲିଉଡ୍ ଛନ୍ଦି ହୋଇଯାଇଛି ।