ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ : ବର୍ଷା ଓ ବନ୍ୟାରେ ୨୪ଜିଲ୍ଲାର ଚାଷୀ ପ୍ରଭାବିତ

98

କନକ ବ୍ୟୁରୋ : ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ । ବନ୍ୟାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ବର୍ଷା ଓ ବନ୍ୟାରେ ୨୪ଜିଲ୍ଲାର ଚାଷୀ ପ୍ରଭାବିତ । ୧୦ ଜିଲ୍ଲାରେ ଚାଷୀଙ୍କ ଅଧିକ କ୍ଷତି ହୋଇଛି । ଚଳିତ ବନ୍ୟାରେ ୧ଲକ୍ଷ ୨୦ହଜାର ହେକ୍ଟର ଚାଷ ଜମି ବନ୍ୟାରେ ନଷ୍ଟ ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଅଧିକ ଚାଷ ଜମି କ୍ଷତି ହୋଇଛି । ଜଗତସିଂହପୁରରେ ସର୍ବାଧିକ ୨ହଜାର ୪୨୦ ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତି ହୋଇଛି । ଗତକାଲି କୃଷି ମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ ।