ପୁରୀ ଐତିହ୍ୟ କରିଡରକୁ ନେଇ ମୁହାଁମୁହିଁ ଅପରାଜିତା-ପିନାକୀ: ଶ୍ରୀମନ୍ଦିର ଚାରିପଟେ ଖନନକୁ ବେଆଇନ କହିଲେ ଭୁବନେଶ୍ୱର ସାଂସଦ 

139

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଦ୍ୱାରା ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ଉନ୍ନତି କରଣ କାର୍ଯ୍ୟକୁ ବିରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସଂସଦରେ ଐତିହ୍ୟ କରିଡର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ବିକାଶ କାମକୁ ବିରୋଧ କରୁନଥିବା ବେଳେ, ଶ୍ରୀମନ୍ଦିର ପ୍ରକ, ନିୟମ ଅନୁସାରେ ଓ ଆବଶ୍ୟକୀୟ ଅନୁମତି ସହ ହେବା ଦରକାର ବୋଲି କହିଛନ୍ତି । ଅପରାଜିତା ଉଠାଇଥିବା ପ୍ରଶ୍ନ ଗୁଡିକ ହେଉଛି

-ଉନ୍ନତିକରଣ ପାଇଁ ଗଠିତ କରାମର୍ଶ କମିଟୀରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେର କୈାଣସି ସଦସ୍ୟଙ୍କୁ ନିଆଯାଇ ନାହିଁ

-ନିର୍ମାଣ ପରବର୍ତ୍ତୀ ମୂଲ୍ୟାଙ୍କନ ଉପରେ ବିଶ୍ଳେଷଣ କରାଯାଇ ନାହିଁ

-ଭୂତଳ ସ୍ଥିତି ଜାଣିବା ପାଇଁ ଜିପିଆର ସର୍ଭେ ମଧ୍ୟ କରାଯାଇ ନାହିଁ

ରାଜ୍ୟ ସରକାର ବିକାଶ ନାଁରେ ନିୟମର ଖୋଲାଖୋଳି ଉଲ୍ଲଘଂନ କରି ମନ୍ଦିର ଚାରିପଟେ ବ୍ୟାପକ ଭଙ୍ଗାରୁଜା କରୁଥିବା ଅଭିଯୋଗ କରି କେନ୍ଦ୍ର ତୁରନ୍ତ ହସ୍ତକ୍ଷେପ କରିବା ଦରକାର ବୋଲି ଦାବି କରିଛନ୍ତି ଅପରାଜିତା ।

ସଂସଦରେ ଅପରାଜିତାଙ୍କ ଏହି ଅଭିଯୋଗର ଉତର ରଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ବ୍ୟାପକ ଖନନ କାର୍ଯ୍ୟକୁ ଅସ୍ୱୀକାର କରିବା ସହଭକ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ କେବଳ ୪ଟି ଶୈାଚାଳୟ ନିର୍ମାଣ ହେଉଥିବା କହିଛନ୍ତି ପିନାକୀ ।

ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ବିବାଦ ଏବେ ଦିଲ୍ଲୀରେ ପଂହଚିଛି । ବୁଧବାର ମଧ୍ୟ ଶ୍ରୀ ଜଗନ୍ନାଥ ସେନାର କାର୍ଯ୍ୟକର୍ତାଙ୍କ ସହ ମିଶି ସାଂସଦ ଅପରାଜିତା, ଏଏସଆଇ ଡିଜିଙ୍କୁ ମନ୍ଦିର ଚାରିପାଖେ ଖନନ ଉପରେ ରୋକ ଲଗାଇବା ପାଇଁ ସ୍ମାରକପଦ୍ର ପ୍ରଦାନ କରିଥିଲେ । ତେଣୁ ଦେଶର ଐତିହ୍ୟ ସୁରକ୍ଷା ଦାୟିତ୍ୱରେ ଥିବା ଦୁଇ ସଂସ୍ଥା ଏଏସଆଇ ଓ ଏନଏମଏ ଏବେ କଣ ନିଷ୍ପତି ନେଉଛନ୍ତି, ତାହା ଉପରେ ନଜର ।