ସମ୍ଭାବନା ଆଉ ସଫଳତାର ନାଁ ମିତା ଦାସ

111

ସମ୍ଭାବନା ଆଉ ସଫଳତାର ନାଁ ମିତା ଦାସ । ସ୍ୱାମୀ ଓ ଶାଶୁ ଶ୍ୱଶୁରଙ୍କୁ ନେଇ ମିତାଙ୍କର ଦିନେ ଥିଲା ହସ ଖୁସିର ସଂସାର। ଦଇବ ଏମିତି ଦାଉ ସାଧିଲା ଯେ ତାଙ୍କ ସ୍ୱାମୀ କିଡନୀ ରୋଗରେ ଆକ୍ରାନ୍ତ ହେଲେ । ଅଭାବ ସତେ ଯେମିତି ମିତାଙ୍କର ବାଟ ଓଗାଳିବାକୁ ଆରମ୍ଭ କଲା । ମିତା ଘର ଚଳାଇବା ପାଇଁ ବିକ୍ରି ଉଦ୍ଦେଶ୍ୟରେ ତିଆରି କରନ୍ତି ଆରିସା ପିଠା । ଶାଶୁଙ୍କର ବିରୋଧ ସତ୍ୱେ ନିଜ ପାଦ ତଳର ମାଟିକୁ ଦୃଢ କରିବାରେ ଲାଗିପଡନ୍ତି ମିତା । ଜୀବନକୁ କେବେ ବୋଝ ବୋଲି ସ୍ୱୀକାର କରିନଥିବା ମିତା ସଂପ୍ରତି ଜଣେ ସଫଳ ମହିଳା। ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି । ହେଲେ ହାରିଯାଇନାହାଁନ୍ତି ମିତା । ପହଂଚିଛନ୍ତି ନିଜର ଲକ୍ଷ୍ୟ ସ୍ଥଳରେ । ସାଜିଛନ୍ତି ଜଣେ ଅପରାଜିତା । ଅପରାଜିତା ମିତା ଦାସଙ୍କୁ ଆସନ୍ତୁ ଭେଟିବା ଅପରାଜିତାର ଏହି ଏପିସୋଡରେ ।