ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ଆନ୍ଧ୍ରର ଷଡ଼ଯନ୍ତ୍ର! କୋଟିଆରେ ପୁଣି ସକ୍ରିୟ ହେଲେ ଆନ୍ଧ୍ର ଏଜେଣ୍ଟ

89

କନକ ବ୍ୟୁରୋ: କୋଟିଆରେ ଓଡ଼ିଶା ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଥିବା ବେଳେ ଚିହିଁକି ଉଠିଛି ପଡୋଶୀ ଆନ୍ଦ୍ର । ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ନୂଆ ଷଡଯନ୍ତ୍ର କରୁଛି । କୋଟିଆରେ ସକ୍ରିୟ ହୋଇ ଉଠିଛନ୍ତି ଆନ୍ଧ୍ର ଏଜେଣ୍ଟ । ସୀମାନ୍ତରେ ଥିବା ଫାଟୁସିନେରୀ, ଫଗୁଣସିନେରୀ, ଧୂଳିପଦର, ଡୋଳି ଆମ୍ବ, ତଳ ଗଂଜେଇପଦର ଭଳି ଗାଁ ଗୁଡିକୁ ଟାର୍ଗେଟ୍ କରାଯାଇଛି ଏବଂ ଲୋକଙ୍କୁ ଭୋଟ୍ ଦେବାରୁ ନିରୁତ୍ସାହିତ କରିବା ପାଇଁ ନିଜକୁ ଆନ୍ଧ୍ରର ଭଲ୍ୟୁଣ୍ଟର କହି ପ୍ରାୟ ୫ ଶହ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।

କେତେବେଳେ ଜମି ପଟ୍ଟା ତ କେତେବେଳେ ସ୍ୱାସ୍ଥ୍ୟକାର୍ଡର ପ୍ରଲୋଭନ । ନିର୍ବାଚନ ପାଖେଇ ଆସିଥିବାରୁ ପୁଣି ଚିହିଁକି ଉଠିଛି ଆନ୍ଧ୍ର । ଓଡିଶା ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବାବେଳେ ଏଥିରେ ଅଡୁଆ ସ୍ଥିତି ସୃଷ୍ଟି କରିବାକୁ ଗୋଟିଏ ପରେ ଗୋଟିଏ ଚାଲ ଖେଳୁଛି ପଡ଼ୋଶୀ । ସକ୍ରିୟ ହୋଇ ଉଠିଛନ୍ତି ଆନ୍ଧ୍ରର ଏଜେଣ୍ଟ । ନିଜକୁ ଆନ୍ଧ୍ରର ଭଲ୍ୟୁଣ୍ଟର କହି ପ୍ରାୟ ୫ ଶହ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ମୁଖ୍ୟତଃ ସୀମାନ୍ତରେ ଥିବା ଫାଟୁସିନେରୀ, ଫଗୁଣସିନେରୀ, ଧୂଳିପଦର, ଡୋଳି ଆମ୍ବ, ତଳଗଞ୍ଜେଇପଦର ଭଳି ଗାଁ ଗୁଡିକୁ ଟାର୍ଗେଟ୍ କରାଯାଇଛି । ଲୋକଙ୍କୁ ଜମି ପଟ୍ଟା, ସ୍ୱାସ୍ଥ୍ୟକାର୍ଡ ଆଦିର ପ୍ରଲୋଭନ ଦେଖାଉଛି । ଲକ୍ଷ୍ୟ ରହିଛି, ଲୋକଙ୍କୁ ଭୋଟ୍ ଦାନରୁ ନିରୁତ୍ସାହିତ କରିବା ।

ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଅନ୍ୟପଟେ ଲୋକଙ୍କୁ ପ୍ରଲୋଭନ ଦେଖାଇ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଷଡଯନ୍ତ୍ର କରୁଛି ପଡୋଶୀ । ଜିଲ୍ଲା ପରିଷଦ ପାଇଁ ସର୍ବଦଳୀୟ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହେଉଛି । ପୂର୍ବରୁ କୋଟିଆରେ ରାସନକାର୍ଡଠାରୁ ଆରମ୍ଭ କରି ଆଧାରକାର୍ଡ ଓ ଭୋଟରକାର୍ଡ ବାଣ୍ଟିଆସୁଛି ଆନ୍ଧ୍ର । ଏପରିକି ବେଆଇନ ଭାବେ କୋଟିଆର ତିନିଟି ପଞ୍ଚାୟତ ତଳ ଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀରେ କରିଥିଲା ପଞ୍ଚାୟତ ନିର୍ବାଚନ । ସାଲୁର ମଣ୍ଡଳ ଅଧିନରେ ଏହି ତିନି ପଞ୍ଚାୟତକୁ ମିଶାଇ ଭୋଟ କରିଥିବାବେଳେ ଏଠାରେ ୱାଇଏସଆର କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବିଜୟୀ ହୋଇଥିଲେ ।