୮୦ ବର୍ଷରେ ପାଦ ଦେଲେ ବିଗ୍ ବି : ବିଳମ୍ବିତ ରାତିରେ ଶୁଭେଚ୍ଛା ଜଣାଇବା ପାଇଁ ଘର ବାହାରେ ପ୍ରଶଂସକଙ୍କ ଜମିଲା ଭିଡ

145

କନକ ବ୍ୟୁରୋ : ୮୦ ବର୍ଷରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ଆଜି ଏହି ବୟସରେ ଏବେ ବି ସେ କୋଟି କୋଟି ଦର୍ଶକଙ୍କ ଆଇକନ ପାଲଟିଛନ୍ତି । ୧୯୩ରୁ ଅଧିକ ଫିଲ୍ମରେ କାମ କରିଥିବା ଏହି ମହାନାୟକ ଅନେକ ଟିଭି ଶୋ ଓ ମ୍ୟୁଜିକ ଆଲବମରେ ମଧ୍ୟ ନିଜର ଛାପ ଛାଡିଛନ୍ତି । ଅମିତାଭଙ୍କ ଟିଭି ଶୋ ‘କୌନ ବନେଗା କରୋଡପତି’ ବେଶ ଲୋକପ୍ରିୟତା ସାଉଁଟିଛି ।

୧୯୪୨ ମସିହାର ଅକ୍ଟୋବର ମାସ ୧୧ ତାରିଖରେ ୟୁପିର ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ ଅମିତାଭ । ଜୀବନର ଅନେକ ଉତଥାନ, ପତନ ଦେଖିଥିବା ଅମିତାଭଙ୍କ ଦେଶ ଓ ବିଦେଶରେ କୋଟି କୋଟି ପ୍ରଂଶସକ ଅଛନ୍ତି । ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିବା ପରେ ଲଗାତାର ୧୨ଟି ଫ୍ଲପ ଫିଲ୍ମ ଦେଇଥିଲେ ବିଗ ବି । ତେବେ ପିଲ୍ମ ଜଞ୍ଜିର ସୁପର ଡୁପର ହିଟ ହେବା ପରେ ତାଙ୍କ କ୍ୟାରିୟରର ମୋଡ ବଦଳିଯାଇଥିଲା ।

ଏହି ଫିଲ୍ମ ବକ୍ସ ଅଫିସରେ ସଫଳତାର ସବୁ ରେକର୍ଡ ଭାଙ୍ଗିଥିଲା । ଏହାପରେ ଅନେକ ସୁପରହିଟ ଫିଲ୍ମ ଦେଇ ସେ ବଲିଉଡର ମହାନାୟକ ବନିଯାଇଥିଲେ । ଅମିତାଭଙ୍କୁ ବଲିଉଡର ସବୁଠାରୁ ସଫଳ ଅଭିନେତା ବୋଲି କୁହାଯାଏ । ବିଗବିଙ୍କୁ ବିଳମ୍ବିତ ରାତିରେ ଶୁଭେଚ୍ଛା ଜଣାଇବା ପାଇଁ ଘର ବାହାରେ ପ୍ରଶଂସକଙ୍କ ଭିଡ ଜମିଥିଲା । ପ୍ରଶଂସକଙ୍କ ନିକଟକୁ ଆସି ଅମିତାଭ ବର୍ଚ୍ଚନ ଧନ୍ୟବାଦ ଜଣାଇଥିଲେ ।