ବିଗ ବି-ଋଷି କପୁରଙ୍କ ‘୧୦୨ ନଟ ଆଉଟ ’ : ୨୭ ବର୍ଷ ପରେ ଏକାଠି ହେଲେ ବଡ଼ ପରଦାରେ

53

୭୫ବର୍ଷୀୟ ଅମିତାଭ ବଚ୍ଚନ ହିନ୍ଦୀ ଫିଲ୍ମ ନଗରୀର ସବୁଠାରୁ ବଡ ସୁପରଷ୍ଟାର ଅଟନ୍ତି । ଅମିତାଭ ଏହି ବୟସରେ ମଧ୍ୟ ବଲିଉଡର ସବୁଠାରୁ ବ୍ୟସ୍ତ କଳାକାରଙ୍କ ମଧ୍ୟରୁ ଜଣେ ଅଟନ୍ତି । ଅମିତାଭ ବଚ୍ଚନଙ୍କ ଦୁଇଟି ଫିଲ୍ମ ଏବେ ଚର୍ଚ୍ଚାରେ ରହିଥିବା ଖବର ମିଳିଛି । ଏହି ଫିଲ୍ମ ହେଉଛି ୧୦୨ନଟ ଆଉଟ ଏବଂ ଠଗସ ଅଫ ହିନ୍ଦୁସ୍ତାନ ଅଟେ । ୧୦୨ ନଟ ଆଉଟ ପ୍ରସ୍ତୁତ ହୋଇସାରିଲାଣି ମାତ୍ର ଏବେ ଅମିତାଭ ଠଗସ ଅଫ ହିନ୍ଦୁସ୍ତାନ ଫିଲ୍ମ କ୍ଲାଇମାକ୍ସର ସୁଟିଂ ଚାଲିଛି । ଏହି ଫିଲ୍ମର କ୍ଲାଇମାକ୍ସ ଅମିତାଭଙ୍କ ସହ ଯୋଧପୁରରେ ଚାଲିଛି ।

ଉମେଶ ଶୁକ୍ଳାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୦୨ନଟ ଆଉଟ, ୧୦୨ବର୍ଷୀୟ ବ୍ୟକ୍ତିର କାହାଣୀ ଉପରେ ଆଧାରିତ । ଫିଲ୍ମରେ ଅମିତାଭ ବଚ୍ଚନ ୧୦୨ ବର୍ଷୀୟ ବୟସ୍କ ବ୍ୟକ୍ତିର ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଋଷି କପୁର ୭୫ ବର୍ଷୀୟ ଅମିତାଭଙ୍କ ପୁଅର ଅଭିନୟ କରୁଥିବା ଦେଖିବାକୁ ମିଳିବେ । ଦୀର୍ଘ ୨୭ ବର୍ଷ ପରେ ଦୁର୍ହେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି । ତାଙ୍କ ଅଭିନିତ ଫିଲ୍ମ ହେଉଛି ‘ଅମର ଅକବର ଆନ୍ଥୋନୀ ’, ’କଭି କଭି’, ‘ନସିବ’, ‘କୁଲି’ । ‘୧୦୨ ନଟ ଆଉଟ ’ ଲେଖକ-ନିର୍ଦ୍ଦେଶକ ସୈାମ୍ୟ ଯୋଶୀଙ୍କ ସଫଳ ଗୁଜରାତି ନାଟକ ଉପରେ ଆଧାରିତ । ଏହି ଫିଲ୍ମ ମେ ମାସ ୪ତାରିଖରେ ପରଦାକୁ ଆସିବ ।