ଆଫଗାନିସ୍ତାନର ସ୍ଥିତି ଗମ୍ଭୀର । ଭାରତୀୟଙ୍କ ସୁରକ୍ଷାକୁ ନେଇ ଜାରି ହେଲା ନୂଆ ନିର୍ଦ୍ଦେଶନାମା, ନାଗରିକଙ୍କୁ ଫେରାଇ ଆଣିବାକୁ ସେନା ପଠାଇଲା ଆମେରିକା

291

କନକ ବ୍ୟୁରୋ : ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରିବାରେ ଲାଗିଛନ୍ତି । ଏହାକୁ ନେଇ ଆଫଗାନିସ୍ତାନର ସ୍ଥତି ଏବେ ଗମ୍ଭୀର ରହିଛି । ଏଭଳି ସ୍ଥିତିକୁ ନଜରରେ ରଖି ଭାରତ ତରଫରୁ ଆଜି ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇ ସେଠାରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ପୁରା ଧ୍ୟାନ ଦେବାକୁ ପରାମର୍ଶ ଦେଇଛି ।

ନୂଆ ସୁରକ୍ଷା ନିର୍ଦ୍ଦେଶାନାମାରେ ଭାରତ ଆଫଗାନିସ୍ତାନର ଏକ ଡ୍ୟାମ ସାଇଟରେ ଫଶି ରହିଥିବା ୩ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବାକୁ ପରାମର୍ଶ ଦେଇଛି । ଭାରତ ସ୍ପଷ୍ଟ କରିଛି କି ଏପର୍ଯ୍ୟନ୍ତ ଅନେକ ଭାରତ ସରକାରଙ୍କ ପରାମର୍ଶକୁ ଗମ୍ଭୀରତାର ସହ ନେଉ ନାହାଁନ୍ତି । ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥ ସୁନିଶ୍ଚିତ କରିବା ପାଇଁ ଭାରତରୁ ଆଫଗାନିସ୍ତାନ ଯାଉଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ସେପଟେ ଆମେରିକା ବି ଆଫଗାନିସ୍ତାନରେ ବିଗୁଡୁଥିବା ସ୍ଥିତିକୁ ନଜରରେ ରଖି ସବୁ ନାଗରିକଙ୍କୁ ତୁରନ୍ତ ଆଫିଗାନିସ୍ତାନ ଛାଡିବାକୁ ପରାମର୍ଶ ଦେଇଛି । ଏହାସହ ସେଠାରୁ ନିଜ ଦେଶର ନାଗରିକଙ୍କୁ ଉଦ୍ଧାର କିରବାକୁ ୩୦୦୦ ସୈନ୍ୟ ପଠାଇଥିବା କୁହାଯାଇଛି ।

ଅନ୍ୟପଟେ ଗଣମାଧ୍ୟମ ରିପୋର୍ଟ ମୁତାବକ ତାଲିବାନର ଆକ୍ରମଣରୁ ରକ୍ଷା ପାଇବାକୁ ଆଫଗାନିସ୍ତାନ ସରକାର କ୍ଷମତା ବୁଝାମଣା କରିବାକୁ ତାଲିବାନୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଯଦି ଏହା ସତ୍ୟ ହୋଇଥାଏ ତେବେ ଅସରଫ ଗନି ସରକାରଙ୍କ ଏହା ଏକ ବଡ ପଦକ୍ଷେପ । ଏହାସହ ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବାକୁ ଆଜି ଦୋହା ଠାରେ ରିଜିଓନାଲ କନଫ୍ରେନ୍ସ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁ ବୈଠକରେ ଭାରତ ଭାଗ ନେଇଥିଲା ।