ବିମାନରେ ପୁଣି ଯାତ୍ରୀଙ୍କ ଉପରେ ପରିସ୍ରା : ଆମେରିକାରେ ପଢୁଥିବା ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା

163

କନକ ବ୍ୟୁରୋ : ପୁଣି ବିମାନରେ ସହ ଯାତ୍ରୀଙ୍କ ଉପରେ ପରିସ୍ରା ଗଲେ ଭାରତୀୟ ଛାତ୍ର । ଆମେରିକାରେ ଏକ ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ ଭାରତୀୟ ଛାତ୍ର ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ତାଙ୍କୁ ଅଟକ ରଖିଛି ପୁଲିସ । ଆମେରିକାର ନ୍ୟୁୟର୍କରୁ ନୂଆଦିଲ୍ଲୀ ଆମେରିକାନ ଏୟାରଲାଇନ୍ସରେ ଆସୁଥିବା ଏହି ଛାତ୍ର ନିଶାଶକ୍ତ ଅବସ୍ଥାରେ ଜଣେ ଯାତ୍ରୀ ଉପରେ ପରିସ୍ରା କରିଦେଇଥିଲେ ।

ବିମାନ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟରେ ପହଞ୍ଚିବା ପରେ ଆର୍ଯ୍ୟ ଭୋରା ନାମକ ଏକ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବିମାନ ବନ୍ଦର ଡିସିପି ସୂଚନା ଦେଇଛନ୍ତି । ସୂଚନା ମୁତାବକ ଆମେରିକା ଏୟାରଲାଇନ୍ସର ଏଏ୨୯୧ ବିମାନ ନ୍ୟୁୟର୍କରୁ ଶୁକ୍ରବାର ରାତି ୯ ଟା ୧୬ ମିନିଟରେ ଛାଡିଥିଲା । ତାହା ଶନିବାର ରାତି ପାୟ ୧୦ଟାରେ ଦିଲ୍ଲୀରେ ପହଞ୍ଚିଥିଲା । ଆର୍ଯ୍ୟ ନିଜ ସିଟରେ ଶୋଇଥିବା ପରିସ୍ରା କରିଥିଲେ, ଯାହା ଲିକ୍ ହୋଇ ପାଖରେ ବସିଥିବା ଜଣେ ଯାତ୍ରୀଙ୍କ ଉପରେ ପଡିଥିଲା ।