ଆମେରିକାର ନ୍ୟୁଜର୍ସି ଜେଲର ଲୋମଟାଙ୍କୁରା ସତ୍ୟ : ଏଠାରେ ଭୂତ ଟାଣନ୍ତି ଲୋକଙ୍କ ଚୁଟି

81

ଆମେରିକାର ନ୍ୟୁଜର୍ସି ସ୍ଥିତ ଏସେକ୍ସ କାଉଣ୍ଟି ଜେଲକୁ ଦୁନିଆର ସବୁଠାରୁ ଭୟାନକ ଜେଲରେ ପରିଗଣିତ କରାଯାଏ । ଏଇ ଜେଲ ଭିତରେ ଭୂତ କଏଦୀଙ୍କ ଚୁଟି ଟାଣେ ବୋଲି ଟାଣନ୍ତି ବୋଲି ଶୁଣବା ପାଇଁ ମିଳେ । ଯାହା ଦ୍ୱାରା ଏଇ ଜେଲ ଭିତରକୁ ଯିବା ପାଇଁ କାହାର ସାହସ ହୁଏ ନାହିଁ. କିନ୍ତୁ ନିକଟରେ ବିଲ ଏଲିସ ନମାକ ଜଣେ ଫଟୋଗ୍ରାଫର ଏଇ ଜେଲ ଭିତରକୁ ଯାଇ ଫଟୋ ଉତ୍ତୋଳନ କରିଛନ୍ତି ।

ନ୍ୟୁଜର୍ସିରେ ୧୮୩୭ ମସିହାରେ ପ୍ରଥମ କରି ଖୋଲିଥିଲା ଏଇ ଜେଲ ଏବଂ ସେଠାରେ ୩୦୦ ସେଲ ଥିଲା । ବହୁତ ବର୍ଷ ପର୍ଯ୍ୟନ୍ତ ଏଠାରେ କଏଦୀମାନେ ରହୁଥିଲେ କିନ୍ତୁ କିଛି ଅଜବ ଓ ଭୟଙ୍କର ଗତିବିଧି ଯୋଗୁଁ ଏଇ ଜେଲକୁ ୧୯୭୦ରେ ବନ୍ଦ କରି ଦିଆ ଯାଇଥିଲା । କାରଣ ଏଠାରେ ଭୂତ ରୁହନ୍ତି ବୋଲି ଅନେକ କାହାଣୀ ଶୁଣାଯାଏ । କିଛି ଲୋକଙ୍କ କହିବା ଅନୁସାରେ ଏଇ ଜେଲର ସେଣ୍ଟ୍ରାଲ ହଲରେ ଜଣେ କଏଦୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲା । ତାପର ଠାରୁ ହିଁ ସେଠାରେ ଉକ୍ତ କଏଦୀର ଆତ୍ମା ବୁଲୁଛି ବୋଲି ସମସ୍ତଙ୍କର ବିଶ୍ୱାସ ।

ନ୍ୟୁଜର୍ସିର ଏଇ ଜେଲକୁ ନେବାର୍କ ଷ୍ଟ୍ରିଟ ଜେଲର ନାମରେ ମଧ୍ୟ ଜଣାଯାଏ । ଏହାର ବିଲଡିଂ ସେଠାର ସବୁଠାରୁ ପୁରୁଣା ବିଲଡିଂ ମଧ୍ୟରୁ ଏକ । ସୂଚନା ଅନୁସାରେ ବହୁତ ଦିନ ଧରି ଏଇ ଜେଲ ବନ୍ଦ ଥିଲେ ମଧ୍ୟ ଏବେ ବି ସେହି ଜେଲ ଭିତରେ ଅଜଣା ଲୋକଙ୍କ ପାଦଚିହ୍ନ ଦେଖିବା ପାଇଁ ମିଳେ । ଦୁନିଆର ସବୁଠାରୁ ଭୟଙ୍କର କୁହା ଯାଉଥିବା ଏଇ ଜେଲର ଫଟୋ ଉଠାଇଥିବା ବିଲ କହିଛନ୍ତି ଏଇ ଜେଲର ଭିତର ଭାଗକୁ ଗଛ ମାଡି ଯାଇଛି, ଏଥିଯୋଗୁଁ ଜେଲର ଭିତ ଭାଗ ଆଉ ଅଧିକ ଭୟଙ୍କର ଦେଖା ଯାଉଛି ।