ଆମେରିକାରେ କୋଭିଡ ଟିକାର ବୁଷ୍ଟର ଡୋଜକୁ ଅନୁମତି, କମ ରୋଗ ପ୍ରତିରୋଧକ ଶକ୍ତିଥିବା ଲୋକଙ୍କୁ ଦିଆଯିବ ତୃତୀୟ ଡୋଜ

100

କନକ ବ୍ୟୁରୋ : ଆମେରିକା ଲୋକଙ୍କୁ ବୁଷ୍ଟର ଡୋଜ ଦେବାକୁ ଅନୁମତି ଦେଇଛି । ଅର୍ଥାତ ଆମେରିକାରେ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ କୋଭିଡ ଟିକାର ତୃତୀୟ ଡୋଜ ଦିଆଯିବ । ଏବେ ମଡର୍ଣ୍ଣା ଓ ଫାଇଜର ଟିକାର ତୃତୀୟ ଡୋଜ ବ୍ୟବହାର ପାଇଁ ଅନୁମତି ମିଳିଛି । ଏହି ଅନୁମତି ଫୁଡ ଆଣ୍ଡ ଡ୍ରଗ ଆଡମିଷ୍ଟେସନ (ଏଫଡିଏ) ଦେଇଛି । ତୃତୀୟ ତଥା ବୁଷ୍ଟର ଡୋଜ ନେବାକୁ ଥିବା ଲୋକମାନଙ୍କର ଏକ ଗ୍ରୁପ ପ୍ରସ୍ତୁତ କରାଯାଇଛି । ଏହି ଗ୍ରୁପରେ ଗମ୍ଭୀର ରୋଗରେ ଆକ୍ରାନ୍ତ ଥିବା ଲୋକ, ବୟସ୍କ ଲୋକଙ୍କୁ ସାମିଲ କରାଯାଇଛି ।

ଏଫଡିଏ କମିଶନର ଜେନେଟ ବୁଡଫାଂକ କହିଛନ୍ତି କି ଦେଶରେ ଏବେ କରୋନାର ତୃତୀୟ ଲହର ଆସି ଯାଇଛି , ଫଳରେ ଏବେ ଲୋକମାନେ ଗମ୍ଭୀର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଯାହାକୁ ନଜରରେ ରଖି କମ ରୋଗପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଟିକାର ତୃତୀୟ ଖୋରାକ ଦେବାକୁ ଦେଶ ତରଫରୁ ନିଷ୍ପତ୍ତି ନିଆଯାଇଛି ।

ଆମେରିକାର ମୁଖ୍ୟ ମହାମାରୀ ବିଶେଷଜ୍ଞ ଡ. କାଉଚି ଏକ ବୟାନରେ କହିଥିଲେ କି, ଆଶା କରାଯାଉଛି ବୁଷ୍ଟର ଡୋଜ ଦେବାକୁ ଖୁବଶୀଘ୍ର ସୁପାରିଶ ମିଳିପାରେ । ସେ ଆହୁରି କହିଛନ୍ତି କି କୌଣସି ଟିକାର ମାତ୍ରା ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ ।