ପାଗ ବଦଳିଲା ନିଷ୍ପତି ବଦଳିଲା । ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ସ୍କୁଲ ।

125

କନକ ବ୍ୟୁରୋ : ପାଗ ବଦଳିଲା ନିଷ୍ପତି ବଦଳିଲା । ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ସ୍କୁଲ । ଖରାଦିନ ଛୁଟି ବଢାଇବା ନିଷ୍ପତି ବଦଳାଇଛନ୍ତି ରାଜ୍ୟ ସରକାର । ୨୬ ବଦଳରେ ଜୁନ୍ ୨୧ ଅର୍ଥାତ ଆଜିଠୁ ସ୍କୁଲ ଖୋଲିବ ବୋଲି ଗତକାଲି ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ । ପ୍ରାକ ମୌସୁମୀ ବର୍ଷା ଲାଗି ପାଗ ବଦଳିଥିବାରୁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି । ରାଜ୍ୟରେ ଖରା ଛୁଟି ୧୮ତାରିଖ ଯାଏଁ ଥିବା ବେଳେ ଗ୍ରୀଷ୍ମ ଲହରୀ ଜାରିରହିଥିବା ଯୋଗୁଁ ଏହାକୁ ୨୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ଏବେ କିନ୍ତୁ ପାଗରେ ପରିବର୍ତନ ହୋଇଥିବା ଯୋଗୁଁ ୨୬ତାରିଖ ପରିବର୍ତେ ଆଜି ସ୍କୁଲ ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି । ସମସ୍ତ ସରକାରୀ ବିଦ୍ୟାଳୟ ସମେତ ଅନୁଦାନପ୍ରାପ୍ତ, ଘରୋଇ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶୁକ୍ରବାରଠାରୁ କ୍ଲାସ ଆରମ୍ଭ ହେବ। ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ଘରୋଇ ବିଦ୍ୟାଳୟ ଗୁଡ଼ିକରେ ପୂର୍ବ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ କ୍ଲାସ କରିବେ।