ଏନସିପିର ଅଷ୍ଟମ ଜାତୀୟ ସମ୍ମିଳନୀ : ବୈଠକ ଅଧାରୁ ଉଠି ପଳାଇଲେ ଅଜିତ ପାୱାର,ପଢନ୍ତୁ କାହିୁଁକି ?

89

କନକ ବ୍ୟୁରୋ : ବୈଠକରୁ ଅଧାରୁ ଉଠି ପଳାଇଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ରାଜଧାନୀ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏନସିପିର ଅଷ୍ଟମ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଅଜିତଙ୍କୁ ମଞ୍ଚ ଉପରକୁ ଡକାଯାଇଥିଲା । ହେଲେ ସେ ନିଜ ସ୍ଥାନ ଛାଡି ମଞ୍ଚରୁ ଅନ୍ୟତ୍ର ପଳାଇଯାଇଥିଲେ । ଏହା ପରେ ସେ ଅସନ୍ତୋଷ ଥିବା ଜଣାପଡିଛି । ବୈଠକରେ ଉପସ୍ଥିତ ଅଜିତଙ୍କ ସମର୍ଥକ ଏ ନେଇ ନାରାବାଜୀ କରିଥିଲେ ।

ପରେ ଅଜିତ ପାୱାର ୱାଶରୁମ ଯାଇଛନ୍ତି ବୋଲି କହିଥିଲେ ଏନସିପିର ପ୍ରମୁଖ ନେତା । ଏହା ପରେ ସାଂସଦ ସୁପ୍ରିୟା ସୁଲେ ଓ ଅନ୍ୟମାନେ ଦଳୀୟ କର୍ମୀଙ୍କୁ ବୁଝାସୁଝା କରିଥିବା ଜଣାପଡିଛି । ଏବେ ଅଜିତ ପାୱାର କେଉଁ କାରଣ ପାଇଁ ଅସନ୍ତୁଷ୍ଟ ଅଛନ୍ତି ତାହା ଜଣାପଡିନି । ଗତକାଲି ଦିଲ୍ଲୀରେ ବସିଥିବା ଏହି ଏନସିପି କାର୍ଯ୍ୟ କମିଟି ବୈଠକରେ ଶରଦ ପାୱାରଙ୍କୁ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଛି ।