ଠକିଦେଲା ବ୍ୟକ୍ତିଗତ ସହାୟକ : ଇଂରାଜୀ ଜାଣିନଥିବାରୁ ବ୍ୟକ୍ତିଗତ ସହାୟକ କଥାରେ ପଡି ଲୋନ୍ କାଗଜରେ କରିଥିଲେ ଦସ୍ତଖତ, ଆଉ ତା ପରେ ..

164

କନକ ବ୍ୟୁରୋ : ସାବଧାନ, ରାଜଧାନୀରେ ରୂପ ବଦଳାଇଛନ୍ତି ଠକ । ଚିକ୍କଣ କଥା କହି, ଆତ୍ମବିଶ୍ୱାସ ବଢାଇ ଜଣଙ୍କ ଘର ନାଁରେ ଲୋନ୍ ଉଠାଇ ଚମ୍ପଟ ମାରିଛି ଠକ । ଆଉ ଲୋନ୍ ବାବଦରେ ଘର ମାଲିକ ଜାଣିନଥିବାରୁ ବ୍ୟାଙ୍କ ଏବେ ସଂପୃକ୍ତ ଘରକୁ ସିଲ୍ କରି ଦେଇଥିବା ଅଭିଯୋଗ ହୋଇଛି । ରାଜଧାନୀ ଭୁବନେଶ୍ୱରର ଏଭଳି ଏକ ଘଟଣା ଘଟିଛି । ଆଉ ଘର ମାଲିକ ଏବେ ସିବିଆଇର ଦ୍ୱାରସ୍ଥ ହୋଇ ତଦନ୍ତ କରିବାକୁ ଦାବି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଘର ମାଲିକ ଜଣଙ୍କ ଇଂରାଜୀ ପଢି ଜାଣନ୍ତି ନାହିଁ । ଆଉ ଏହାର ଫାଇଦା ନେଇଛି ଠକ । ଏହି ଠକ ହେଉଛି ବୃଦ୍ଧାଙ୍କ ନିଜ ବ୍ୟକ୍ତିଗତ ସହାୟକ ସାଧନ ଗୁପ୍ତା । ବୃଦ୍ଧଙ୍କ ଆତ୍ମବିଶ୍ୱାସ ବଢାଇବାରେ ସଫଳ ହୋଇଥିଲା ସାଧନ ଗୁପ୍ତା । ଉର୍ମିଳା ନିଜର ଭାବି ଘରର ପଟ୍ଟା ଦେଇଥିଲେ ସାଧନ ଗୁପ୍ତାଙ୍କୁ । ଏମିତିକି ଇଂରାଜୀ ପଢି ଯାଣି ନଥିବାରୁ ଲୋନ ଫର୍ମରେ ଦସ୍ତଖତ ବି କରିଥିଲେ ବୋଲି କହିଛନ୍ତି । ପରେ ଘର ନାଁରେ ଲୋନ୍ ଉଠାଇ ସାଧନ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଏବେ ବ୍ୟାଙ୍କ ଲୋନ୍ ବାବଦ ଟଙ୍କା ପୈଠ କରିନଥିବା କଥା କହିଛି । ତେଣୁ ଗୋଶାଣେସ୍ୱର ବ୍ୟାଙ୍କ କଲୋନୀରେ ଥିବା ୨୫୦୧ ନମ୍ବର ଘରକୁ ବ୍ୟାଙ୍କ ସିଲ କରିଛି ।

୨୦୦୮ରୁ ଉକ୍ତ ଘର କୁ ମଡ଼ଗେଜ ରଖି ୨କୋଟି ୫୦ ଲକ୍ଷ ଟଙ୍କାର ଲୋନ ଉଠା ଯାଇଛି । ହେଲେ ଘର ମାଲିକ କୌଣସି ଲୋନ କରିନଥିବା ଅଭିଯୋଗ କହିିଛନ୍ତି । ଏବେ ପ୍ରଶ୍ନ ଉଠିଛି ଯେ ୨୦୦୮ମସିହାରୁ ଉକ୍ତ ଘର ନାଁରେ ଲୋନ ଥିଲା ବେଳେ ନୋଟିସ ଜରି କରିଥିଲେ ତ ବ୍ୟାଙ୍କ କର୍ତ୍ତୃପକ୍ଷ ? ଜାଗା ଉପରେ ଲୋନ ଥିବା ନେଇ ଦମ୍ପତିଙ୍କୁ ଦିଆଯାଇଥିଲା କି ପୂର୍ବ ସୂଚନା? ଅଭିଯୋଗ ହେଉଥିବା ବୃଦ୍ଧ ଦମ୍ପତିଙ୍କ ବ୍ୟକ୍ତିଗତ ସହଯୋଗୀ ସାଧନ ଗୁପ୍ତା ଏବେ କେଉଁଠି । ଏ ସବୁକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।