ତାଜମହଲର ଏହି ୨୨ ଟି କୋଠରୀକୁ ନେଇ ବଢୁଛି ରହସ୍ୟ, ଜାଣନ୍ତୁ ଏହାର ପୁରା କାହାଣୀ

499

କନକ ବ୍ୟୁରୋ : ବାରଣାସୀର ଜ୍ଞାନବ୍ୟାପି ମସଜି-କାଶି ବିଶ୍ୱନାଥ ମନ୍ଦିର ବିବାଦ ମଧ୍ୟରେ ଏବେ ଆଗ୍ରାର ତାଜମହଲକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏନେଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ଆବେଦନ କରାଯାଇଛି । ଏଥିରେ କୁହାଯାଇଛି କି, ତାଜମହଲରେ ବନ୍ଦ ଥିବା ୨୨ ଟି ରହସ୍ୟମୟ କୋଠରୀ ଖୋଲାଯାଉ । କାରଣ ଭାବେ କୁହାଯାଇଛି କି ଖବର ରହିଛି ଏହି ୨୨ ଟି କୋଠରୀରେ ହିନ୍ଦୁ ଦେବା ଦେବୀଙ୍କ ମୂର୍ତ୍ତି ସହ ଅନେକ ଶିଳାଲେଖ ରହିଛି ।

କହିରଖୁ କି ଫରାସୀ, ଭାରତୀୟ ଓ ଇସଲାମ ବାସ୍ତୁକଳାର ନିଆରା ଶୈଳୀରେ ନିର୍ମାଣ ହୋଇଥିବା ତାଜମହଲକୁ ପ୍ରେମର ପ୍ରତୀକ ଭାବେ କୁହାଯାଏ । ଦାବି କରାଯାଉଛି କି, ମୁଗଲ ବାହଶାହା ଶାହଜହାଁ ନିଜର ପତ୍ନୀ ମମତାଜଙ୍କ ସ୍ମୃତିରେ ଏହି ତାଜମହଲ ନିର୍ମାଣ କରିଥିଲେ । ଏହି ତାଜମହଲ ଦେଖିବାକୁ ଯେତେ ସୁନ୍ଦର ଏହାକୁ ନେଇ ସେତେ ଅଧିକ ବିବାଦ ଦେଖାଦେଉଛି ।

ଅଭିଯୋଗକାରୀ କୋର୍ଟରେ କରିଥିବା ଆବେଦନରେ ଉଲ୍ଲେଖ କରିଛନ୍ତି କି, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗକୁ ଅନୁମତି ଦିଆଯାଉ କି,ତାଜମହଲ ଭିତରେ ବନ୍ଦ ପଡିଥିବା ୨୨ ଟି କୋଠରୀକୁ ଖୋଲାଯାଉ । ଏନେଇ ଆବେଦନକାରୀ ରଜନୀଶ ସିଂଙ୍କ ଓକିଲ ରୁଦ୍ର ବିକ୍ରମ ସିଂ କହିଛନ୍ତି କି ୧୬୦୦ ଶତାବ୍ଦୀରେ ତାଜମହଲ ଆସିଥିବା କିଛି ପର୍ଯ୍ୟଟକ ସେମାନଙ୍କ ପର୍ଯ୍ୟଟନ କାହାଣୀରେ ମାନସିଂ ମହଲ ବାବଦରେ ଉଲ୍ଲେଖ କରିଛନ୍ତି । ସେଥିରେ ସେମାନେ ତାଜମହଲ ଭିତରେ ହିନ୍ଦୁ ଦେବା ଦେବୀ ଓ କିଛି ଶୀଳାଲେଖ ଥିବାର ବର୍ଣ୍ଣନା କରିଛନ୍ତି ।