ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ଅଳକା ମହାନ୍ତିଙ୍କ ନାଁ ଘୋଷଣା କଲା ବିଜେଡି

180

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ଅଳକା ମହାନ୍ତିଙ୍କ ନାଁ ଘୋଷଣା କଲା ବିଜେଡି । ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ବିଜେଡି ଶିବିରର ଟାଣୁଆ ନେତା ଦିବଂଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁରେ ବିଜେଡି ମୋହର ମାରିଛି ।
ତେବେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିରୁ ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଥିବା ବେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଉପ-ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ସ୍ୱର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀଭାବରେ ମନୋନୟନ କରିଛନ୍ତି ।

ସୂଚନାଯୋଗ୍ୟ, ଡିସେମ୍ବର ୩୦ ତାରିଖ ଦିନ କିଶୋର ମହାନ୍ତିଙ୍କର ଆକସ୍ମିକ ବିୟୋଗ ପରେ ଝାରସୁଗୁଡ଼ା ବିଜେଡି ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ସ୍ବର୍ଗତ ମହାନ୍ତି ଝାରସୁଗୁଡ଼ାରୁ ୩ ଥର ଓ ବ୍ରଜରାଜନଗରରୁ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।