ବିଭାଗ ବଣ୍ଟନ ପରେ ଦାୟିତ୍ୱ ନେଲେ ମନ୍ତ୍ରୀ, ମିଶନ ଶକ୍ତି ଭବନରେ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

141

କନକ ବ୍ୟୁରୋ :ବିଭାଗ ବଣ୍ଟନ ପରେ ବିଭାଗ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହଦେଓ କୃଷିଭବନରେ ପହଁଚିବା ପରେ ପୂଜାର୍ଚ୍ଚନା କରି ବିଭାଗୀୟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । କୃଷି ଭବନ ବୁଲିବା ସହ ବିଭାଗର ସମସ୍ତ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ନିଜ ବିଭାଗର ସମୀକ୍ଷା କରିଛନ୍ତି । ବୈଠକରେ ବିଭାଗୀୟ ସଚିବ ସାଲିନୀ ପଣ୍ଡିତ ଏବଂ ମିଶନ ଶକ୍ତି ନିର୍ଦ୍ଦେଶିକ ବିନୀତ ଭରଦ୍ୱାଜଙ୍କ ସହ ଆଲୋଚନା କରିଛନ୍ତି । ବିଭାଗର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଭାତୀ ପରିଡ଼ା ।

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଦାୟିତ୍ୱ ନେବା ପରେ କ୍ରୀଡ଼ା ବିଭାଗର ସମୀକ୍ଷା କରିଛନ୍ତି । ବୈଠକରେ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ, ହକି ପ୍ରମୋସନ କାଉନସିଲ ଚେୟାରମ୍ୟାନ ଦୀପାଙ୍କର ମହାପାତ୍ର ଏବଂ ଯୁଗ୍ମ ସଚିବଙ୍କ ସହ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ସେପଟେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜ ବିଭାଗର ସମୀକ୍ଷା କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ବିଭାଗୀୟ ସମ୍ମିଳନୀ କକ୍ଷରେ ବିଭାଗର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।