ପୁରୀ ପରେ ବେଗୁନିଆରେ ବିଜେଡିରେ ଗୋଷ୍ଠୀକନ୍ଦଳର ଚିତ୍ର । ଭିନ୍ନ ଭିନ୍ନ ସ୍ଥାନରେ ପଦଯାତ୍ରା କଲେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଓ ଅନ୍ୟ ଗୋଷ୍ଠୀ ।

195

କନକ ବ୍ୟୁରୋ: ପୁରୀ ଭଳି ଖୋର୍ଦ୍ଦା ଜିଲ୍ଲା ବେଗୁନିଆରେ ବିଜେଡିରେ ଗୋଷ୍ଠୀ କନ୍ଦଳର ଚିତ୍ର ସାମ୍ନାକୁୁ ଆସିଛି । ବେଗୁନିଆରେ ବିଜେଡିର ୩ଟି ଭିନ୍ନ ଭିନ୍ନ ପଦଯାତ୍ରା ଦେଖିବାକୁ ମିଳିଛି । ଦୁଇ ବିଜେଡି ଯୁବ ସଭାପତି ରବୀନ୍ଦ୍ର ସୁବୁଦ୍ଧି ଓ ବିଭୂତି ମହାନ୍ତି ବେଗୁନିଆରେ ପଦଯାତ୍ରା କରିଛନ୍ତି । ଏହି ପଦଯାତ୍ରାରେ ବିଧାୟକ ରାଜେନ୍ଦ୍ର ସାହୁ ଓ ବିଜେଡି ରାଜ୍ୟ ସଂପାଦକ ପ୍ରଦୀପ ସାହୁଙ୍କୁ ଦେଖିବାକୁ ମିଳିନଥିଲା । କିନ୍ତୁ ଏହି ଦୁଇ ନେତା ପୂର୍ବରୁ ନିଜ ନିଜ ନେତୃତ୍ୱରେ ପଦଯାତ୍ରା କରିଥିଲେ ଭିନ୍ନ ଭିନ୍ନ ସ୍ଥାନରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁଇ ଯୁବ ସଭାପତି ଦ୍ୱୟ ପୂର୍ବତନ ବେଗୁନିଆ ବିଧାୟକ ତଥା ବର୍ତ୍ତମାନର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଘନିଷ୍ଠ । କୁହାଯାଉଛି ଚିଲିକାକୁ ଜଗଦ୍ଦେବଙ୍କ କୋର୍ଟର ବାରଣ ପରେ ବେଗୁନିଆରେ ଡେରାପକାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଆଉ କୁଆଡେ ଏହି ପଦଯାତ୍ରା ପଛରେ ରହିଛି ଜଗଦ୍ଦେବଙ୍କ ହାତ ବୋଲି ଚର୍ଚ୍ଚା ହେଉଛି ।