କୋଲକାତାରେ ବାଂଲାଦେଶ ସାଂସଦଙ୍କ ହତ୍ୟାର ଲୋମଟାଙ୍କୁରା କାହାଣୀ । ଅନୱାର ଅଜିମ ଅନାରଙ୍କୁ ହତ୍ୟା କରିବା ପରେ ଦେହରୁ ଅଲଗା କରିଥିଲେ ଚମଡା । ପରେ ପ୍ଲାଷ୍ଟିକ୍ ବ୍ୟାଗରେ କରିଥିଲେ ଭର୍ତ୍ତି ।

446

କନକବ୍ୟୁରୋ:କୋଲକାତାରେ ବାଙ୍ଗଲାଦେଶ ସାଂସଦଙ୍କୁ ହତ୍ୟା ମାମଲାରେ ଆସିଲା ଲୋମଟାଙ୍କୁରା କାହାଣୀ । ସାଂସଦ ଅନୱାର ଅଜିମ ଅନାରଙ୍କୁ ପ୍ରଥମେ ଦୁର୍ବୁତମାନେ କୋଲକାତାର ଏକ ଆପାର୍ଟମେଂଟରେ ହତ୍ୟା କରିଥିଲେ । ହତ୍ୟା କରିବା ପରେ ତାଙ୍କ ଶରୀରରୁ ଚମଡା ଅଲଗା କରିଥିଲେ । ପରେ ଯେପରି ଧରାନଡିବେ ସେଥିପାଇଁ ତାଙ୍କ ହାଡ ଓ ମାଂସକୁ କରିଥିଲେ ଛୋଟ ଛୋଟ ଖଣ୍ଡ କରିଥିଲେ । ଶରୀରକୁ ନଷ୍ଟ କରିବାକୁ ଛୋଟ ଛୋଟ ମାଂସ ଓ ହାଡକୁ ହଳଦୀ ଗୁଣ୍ଡ ପକାଇ ପ୍ଲାଷ୍ଟିକ ବ୍ୟାଗ କରିଥିଲେ ଭର୍ତି କରିଥିଲେ ।

ଆପାର୍ଟମେଂଟର ବାଥରୁମରେ ସେମାନେ ଏଭଳି କାର୍ଯ୍ୟ କରିବା ପରେ ଯେପରି ପୋଲିସ ହାତରେ ଧରାନଡିବେ ସେଥିପାଇଁ ବାଥରୁମରେ ଏସିଡ୍ ପକାଇ ଭଲ ଭାବେ ସଫା କରିଥିଲେ । ପୋଲିସ ସୂଚନା ମୁତାବକ, ଗତ ମେ ୧୧ ତାରିଖରେ ଅନୱାର ଅଜିମ ଅନାର ଜଣେ ମହିଳାଙ୍କ ସହ ଆପାର୍ଟମେଂଟ ଯାଇଥିଲେ । ପରେ କିପରି ତାଙ୍କର ହତ୍ୟା ହେଲା ଏବଂ ଏଥିରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ କୋଲକତାର ସିଆଇଡି ତଦନ୍ତ କରୁଛି । ବାଂଲାଦେଶର ସୁରକ୍ଷା ଏଜେନ୍ସିର ସହଯୋଗରେ ତଦନ୍ତ ଚଳାଇଛି କୋଲକାତା ସିଆଡି ।

ହତ୍ୟା ପଛରେ ବ୍ୟବସାୟୀ ଏମଡି ଅଖତ୍ରୁଜାମନ ମୁଖ୍ୟ ଭୂମିକା ଥିବା ସୂଚନା ମଳିଛି । ହତ୍ୟା ପାଇଁ ୪ କୋଟି ଟଙ୍କା ଅଭିଯକ୍ତମାନେ ନେଇଥିବା ସୂଚନା ମଳିଛି । ଅଭିଯୁକ୍ତମାନେ ସବୁ ବାଂଲାଦେଶର ଏବଂ ସେମାନେ ଆସି ହତ୍ୟା କରିବା ପରେ ବାଂଲାଦେଶ ଫେରିଯାଇଥିବା ପୁଲିସ କହିଛି ।