ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ । ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ୧ । ଇସ୍ରୋରେ ଭିନ୍ନ ଉତ୍ସାହ ।

146

କନକ ବ୍ୟୁରୋ: ଚନ୍ଦ୍ରଯାନ-୩ର ସଫଳତା ପରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ । ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଭାରତର ପ୍ରଥମ ସୌରଯାନ । ନିର୍ଦ୍ଧାରିତ କକ୍ଷପଥ ଲାଗ୍ରାଞ୍ଜ ପଏଂଟରେ ଆଦିତ୍ୟ ଏଲ୧କୁ କରାଯିବ ଅବସ୍ଥାପିତ । ଏନେଇ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଏହି ସ୍ଥାନରୁ ସୂର୍ଯ୍ୟ ଉପରେ ଗବେଷଣା କରିବ ଆଦିତ୍ୟ ଏଲ ୱାନ । ୨୦୨୩ ସେପ୍ଟେମ୍ବର ୨ତାରିଖରେ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ସୂର୍ଯ୍ୟ ମିଶନକୁ ଉତକ୍ଷେପଣ କରିଥିଲା ଇସ୍ରୋ । ଦୀର୍ଘ ୪ମାସର ଯାତ୍ରା ପରେ ଆଜି କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ ୱାନ । ସୂର୍ଯ୍ୟ ଉପରେ ଅଧିକ ଗବେଷଣା କରିବା ସହିତ ବୈଜ୍ଞାନିକ ତଥ୍ୟ ପ୍ରେରଣ କରିବା ଏହି ମିଶନର ମୂଳ ଲକ୍ଷ୍ୟ ।