୨୦୨୪ରେ ରାଜ୍ୟରେ ୧୩ ଲକ୍ଷ ନୂଆ ଭୋଟର । ଯୁବ ଭୋଟରଙ୍କ ସଂଖ୍ୟା ୭ଲକ୍ଷ ୫୫ ହଜାର । ନିର୍ବାଚନରେ ନେଇପାରନ୍ତି ନିର୍ଣ୍ଣାୟକ ଭୂମିକା ।

121

କନକ ବ୍ୟୁରୋ: ଯୁବ ଭୋଟ କାହା ପାଖକୁ ଯିବ । ମୋଦୀ, ନବୀନ ନା କଂଗ୍ରେସ । ଯାହାକୁ ନେଇ ଅନେକ କାର୍ଯ୍ୟକ୍ରମ କରୁଛନ୍ତି ରାଜନୈତିକ ଦଳ । ଶାସକ ଦଳ ପକ୍ଷରୁ କଲେଜ କ୍ୟାମ୍ପସରେ ମାରାଥନ ‘ନୂଆ ଓ’ କାର୍ଯ୍ୟକ୍ରମ କରାଯାଉଛି । ସେପଟେ କେନ୍ଦ୍ର ସରକାର ଯୁବା ଭାରତ ସ୍କିମ୍ ଆଣିଲେଣି । କାରଣ ଦେଶରେ ହେଉଛନ୍ତୀ ୪୦ କୋଟି ଯୁବ ଭୋଟର । ଏସବୁ ଭିତରେ ମୁଖ୍ୟ ନିର୍ବାଚନ କମିଶନ, ଓଡ଼ିଶା ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି ।

ଏହି ତାଲିକାରେ ଅଛନ୍ତି ୩ କୋଟି ୩୨ ଲକ୍ଷ ୩୬ହଜାର ହେଉଛନ୍ତି ଭୋଟର । ସେଥିରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ । ସେହିପରି ୭ଲକ୍ଷ ୫୪ହଜାର ୯୪୬ ଜଣ ହେଉଛନ୍ତି ଯୁବ ଭୋଟର ଅର୍ଥାତ୍ ୧୮ରୁ ୧୯ ବର୍ଷ ବୟସ ବର୍ଗର । ଆଉ ଏହି ବୟସ ବର୍ଗର ଯୁବ ଭୋଟର ପ୍ରଥମଥର ଭୋଟ୍ ଦେବେ । ସେହିପରି ଚୂଡ଼ାନ୍ତ ଭୋଟର ତାଲିକାରେ ୧୨ଲକ୍ଷ ୯୭ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ବିଜେଡି କହିଛି, ନବୀନ ପଟ୍ଟନାୟକଙ୍କ ସହ ଯୁବ ଭୋଟର ସବୁବେଳେ ରହିଛନ୍ତି । ସେପଟେ ବିଜେପି କହିଛି, ମୋଦୀଙ୍କ ସହ ରହିଛନ୍ତି ଯୁବ ଭୋଟର ।