ଶିକ୍ଷକ ସାଜିଲେ ଅତିରିକ୍ତ ତହସିଲଦାର । ଅଚାନକ ସ୍କୁଲରେ ପହଞ୍ଚିଲେ, ପିଲାଙ୍କୁ ଗଣିତ ପଢାଇଲେ ।

798

କନକ ବ୍ୟୁରୋ : ସବୁଦିନ ପରି ଆଜି ବି ସ୍ୱାଭାବିକ ଭାବେ ଚାଲିଥିଲା ସ୍କୁଲ । ଆଉ ଅଚାନକ ପରିଦର୍ଶନରେ ଆସି ସ୍କୁଲରେ ପହଞ୍ଚିଥିଲେ ଅତିରିକ୍ତ ତହସିଲଦାର । ଆମେ କହୁଛୁ କେନ୍ଦ୍ରାପଡା ରାଜକନିକା ବରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର କଥା । ସ୍କୁଲରେ କେମିତି ଚାଲିଛି ପାଠପଢା, ଆଉ କେମିତି ଚାଲିଛି ସ୍କୁଲ, ସେନେଇ ଜାଣିବା ପାଇଁ ଅଚାନକ ସ୍କୁଲରେ ପହଞ୍ଚିଥିଲେ ଅତିରିକ୍ତ ତହସିଲଦାର ପ୍ରିୟବ୍ରତ ବେହେରା ।

ସ୍କୁଲରେ ପହଞ୍ଚିବା ପରେ ସିଧା ଶ୍ରେଣୀ ଗୃହକୁ ଯାଇଥିଲେ ଅତିରିକ୍ତ ତହସିଲଦାର । ସେଠାରେ ପିଲାମାନଙ୍କ ସହ କଥା ହେବା ପରେ ସେମାନଙ୍କୁ ଗଣିତ ପଢାଇବାର ନଜର ଆସିଥିଲେ । ଏହା ସହ ସ୍କୁଲର ସୁବିଧା ଅସୁବିଧା ବାବଦରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ । ତେବେ ବେଶ୍ କିଛି ସମୟ ଧରି ଛାତ୍ରଛାତ୍ରୀଙ୍କୁ ଗଣିତ ପଢାଇଥିଲେ ଅତିରିକ୍ତ ତହସିଲଦାର ପ୍ରିୟବ୍ରତ ବେହେରା ।