ହିଣ୍ଡେନବର୍ଗ ରିପୋର୍ଟ ମାଡ଼ରେ ହତାଶ ହୋଇ ଏଣିକି ରୋଡ ଶୋ କରିବେ ଗୌତମ ଆଦାନୀ । ନିବେଶକଙ୍କ ନିକଟରେ ସିଧାସଳଖ ପହଁଚିବାକୁ ରଖିଛନ୍ତି ଲକ୍ଷ୍ୟ

221

କନକ ବ୍ୟୁରୋ : ହିଣ୍ଡେନବର୍ଗ ରିପୋର୍ଟ ମାଡରେ ଧରାଶାୟୀ ଏବେ ଗୌତମ ଆଦାନୀ । କୋଟି କୋଟି ଟଙ୍କାର କ୍ଷତି ଆଦାନୀଗ୍ରୁପ ପାଇଁ ବଡ ଝଟକା ଲାଗିଛି । ନ୍ୟୁଜି ଏଜେନ୍ସି ରଏଟର୍ସର ସୂଚନା ଅନୁସାରେ ନିବେଶକଙ୍କୁ ନିକଟରେ ଏଣିକି ସିଧାସଳଖ ପହଞ୍ଚିବାକୁ ଯୋଜନା କରୁଛନ୍ତି ଗୌତମ ଆଦାନୀ । ତେଣୁ ୩ଟି ଦେଶରେ କରିବେ ରୋଡ ଶୋ । ସୂଚନା ଅନୁସାରେ ଲଣ୍ଡନ, ଦୁବାଇ ଓ ଆମେରିକାରେ ରୋଡ ଶୋ କରି ନିବେଶକଙ୍କୁ ବୁଝାଇବାକୁ ଚେଷ୍ଟା କରିବେ ଆଦାନୀ ।

ମାର୍ଚ୍ଚ ୭ରୁ ୧୫ ପର୍ଯ୍ୟନ୍ତ ଚାଲିବାକୁ ଏହି ରୋଡ ଶୋରେ ନିଜେ ଆଦାନୀଙ୍କ ସହ ତାଙ୍କର କିଛି ଘନିଷ୍ଟ ସହଯୋଗୀ, ଆଦାନୀଗ୍ରୁପର ବରିଷ୍ଠ ଅଧିକାରୀ ସାମିଲ ହେବେ । ସେପଟେ ୨୪ ଘଣ୍ଟା ଭିତରେ ଆଦାନୀଙ୍କ ସମ୍ପତି ୧.୬୮ ବିଲିୟନ ବୃଦ୍ଧି ସହ ବିଶ୍ୱର ଟପ ଟେନ ୩୦ ତାଲିକାକୁ ପୁଣି ଫେରିଛନ୍ତି ଆଦାନୀ । ୨୮ ନମ୍ବର ସ୍ଥାନରେ ଥିବା ଗୌତମ ଆଦାନୀଙ୍କ ମୋଟ ସମ୍ପତି ୪୪.୦୭ ଅରବ ଡଲାରରେ ପହଞ୍ଚିଛି ।