ୟୁକ୍ରେନ ରାଷ୍ଟ୍ରପତିଙ୍କ ନୂଆ ମନ୍ତବ୍ୟ । ‘ଋଷ ଯୋଗୁଁ ବିଶ୍ୱରେ ଦେଖାଦେବ ଅନାହାର । ଭୋକରେ ମରିବେ ଲକ୍ଷ ଲକ୍ଷ ଲୋକ’ ।

218

କନକ ବ୍ୟୁରୋ: ହାତରେ ନମାରି ସାରା ବିଶ୍ୱକୁ ଭାତରେ ମାରୁଛି ଋଷ । ଋଷ ନାକାବନ୍ଦୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଭୋକରେ ମରି ପାରନ୍ତି । ଏହି କଥା କହିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ସେ କହିଛନ୍ତି ଯେ, ୟୁକ୍ରେନର ବ୍ଲାକ୍ ସି ପୋର୍ଟରେ ଋଷର ପ୍ରତିବନ୍ଧକ କାରଣରୁ ଲୋକଙ୍କ ଅନାହାରରେ ମୃତ୍ୟୁ ହୋଇପାରେ ସାରା ଦୁନିଅାଁ ଖାଦ୍ୟ ସଙ୍କଟ ଭୋଗିବ ବୋଲି ଜେଲେନସ୍କି କହିଛନ୍ତି ।

ୟୁକ୍ରେନ ସହ ଋଷ ଯୁଦ୍ଧ କରିବା କାରଣରୁ ଗହମ, ମକା, ସୂର୍ଯ୍ୟମୂଖୀ ତେଲ ଓ ଅନ୍ୟାନ୍ୟ ଉତ୍ପାଦ ଗୁଡିକୁ ରପ୍ତାନୀ କରିବାରେ ବାଧା ସୃଷ୍ଟି ହୋଇଛି । ଯାହା ସାରା ବିଶ୍ୱ ବଜାରକୁ ପ୍ରଭାବିତ କରିଛି । ବ୍ଲାକ୍ ସିରେ ଯଦି ଋଷ ନିଜର ନାକାବନ୍ଦୀ ଏହି ପରି ଆଉ କିଛି ଦିନ ଲାଗି ରହେ ତାହେଲେ ଲକ୍ଷ ଲକ୍ଷ ଲୋକ ଭୋକରେ ମରିପାରନ୍ତି ବୋଲି ମଧ୍ୟ କହିଛନ୍ତି ।