ନବବଧୂଙ୍କୁ ଗ୍ଲୁକୋଜରେ ବିଷ ଦେଇ ହତ୍ୟା ଅଭିଯୋଗ: ଯା’ଙ୍କ ନାଁରେ ଥାନାରେ ଅଭିଯୋଗ କଲେ ନବବଧୂଙ୍କ ମାଆ ଝରଣା ପ୍ରଧାନ

3,697

କନକ ବ୍ୟୁରୋ: ନବବଧୂକୁ ବିଷ ଦେଇ ହତ୍ୟା ଅଭିଯୋଗ । ନବବଧୂଙ୍କ ଯା’ ଗ୍ଲୁକୋଜରେ ବିଷ ଦେଇ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କଲେ ମୃତ ପୂଜାଙ୍କ ମାଆ ଝରଣା ପ୍ରଧାନ । ଦେବଗଡ଼ ରିଆମାଳ ଥାନା ବରଘାଟ ଗାଁରେ ଘଟିଛି ଏହି ଘଟଣା । ଗତ ମାର୍ଚ୍ଚ ୧୦ ତାରିଖ ଦିନ ଦେବଗଡ଼ ଥାନା କାପାସିରା ଗାଁର ଝସକେତନ ପ୍ରଧାନଙ୍କ ଝିଅ ପୂଜା ପ୍ରଧାନଙ୍କୁ ରିଆମାଳ ଥାନା ବରଘାଟ ଗାଁର ପ୍ରଫୁଲ୍ଲ ସାହୁଙ୍କ ପୁଅ କାଳିନ୍ଦୀ ସାହୁଙ୍କ ସହ ବିବାହ ଅନୁଷ୍ଠିତ ହୋଇଥିଲା । ଗତକାଲି ପୂଜା ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ପୂଜାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପୂଜାଙ୍କ ମା ଝରଣା ରିଆମାଳ ଥାନାରେ ଅଭିଯୋଗ କରିଛନ୍ତି ।