ଶହେ ଟଙ୍କା ଦେଲେ ମାଆଙ୍କ ଦର୍ଶନ ପାଇଁ ଛାଡି ଦେଉଥିବା ଅଭିଯୋଗ । ଯାଜପୁର ବିରଜା ମନ୍ଦିରରେ ଦକ୍ଷିଣା ନାହିଁ ତ ଦର୍ଶନ ନାହିଁ ବେଳର ଭିଡିଓ ଭାଇରାଲ

382

କନକ ବ୍ୟୁରୋ : ଦର୍ଶନ ପାଇଁ ଦକ୍ଷିଣା ଦାବି । ଶାରଦୀୟ ପାର୍ବଣରେ ମନ୍ଦିରରେ ମାଆଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଠାରୁ ଦକ୍ଷିଣା ଦାବି କରାଯାଉଛି । ଦକ୍ଷିଣା ନାହିଁ ତ ଦର୍ଶନ ନାହିଁ, ଏହି ନୀତିରେ ଲୋକଙ୍କ ଠାରୁ ଶହେ ଟଙ୍କା ଲେଖାଏଁ ଦାବି କରାଯାଉଛି । ଦର୍ଶନ ପାଇଁ ଦକ୍ଷିଣା ଦାବି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୂଜକ ଲୋକଙ୍କ ଠାରୁ ଶହେ ଟଙ୍କା ନେଇ ଛାଡି ଦେଉଥିବା ବେଳେ ଧାଡି ଠିଆ ହୋଇ ମାଆଙ୍କ ଦର୍ଶନକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ଏହାକୁ ବିରୋଧ କରିଛନ୍ତି । ଜଣେ ମହିଳା ଭକ୍ତ ଟଙ୍କା ନେଉଥିବା ବ୍ୟକ୍ତିଙ୍କ ସାଥିରେ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଉପଜିଲ୍ଲାପାଳ କହିଛନ୍ତି, ସାଧାରଣ ଲୋକ ଧାଡିରେ ଯାଇ ମାଆଙ୍କ ଦର୍ଶନ କରିପାରିବେ । ସେହି ସମୟରେ ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ଯାହାକୁ ମହିଳା ଭକ୍ତ ବିରୋଧ କରିଛନ୍ତି ।