ଜୟପୁର ସବଡିଭିଜନରେ ଦୁର୍ଘଟଣା । ୫୦ ଫୁଟ ତଳକୁ ଖସିଲା କାର । ୭ ଆହତ, ୨ଗୁରୁତର

137

କନକ ବ୍ୟୁରୋ: ବିଳମ୍ବିତ ରାତିରେ ଦୁର୍ଘଟଣା । କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ଉମୁରି ପଂଚାୟତ ମୁଖ୍ୟାଳୟ ନିକଟରେ ଏକ ମାରୁତି କାର ୫୦ ଫୁଟ ବ୍ରିଜ ତଳକୁ ଖସିପଡିଛି ।ଫଳରେ କାରରେ ଥିବା ୭ଜଣ ଆହତ ହୋଇଥିବାବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ରାତି ପ୍ରାୟ ୧୧.୩୦ରେ ଏଭଳି ଦୁର୍ଘଟଣା ଘଟିଛି ।

ପୁଲିସର ସୂଚନା ମୁତାବକ, ଆହତ ୭ ଜଣ ଛତିଶଗଡ କାଙ୍କର ଅଂଚଳର । କୌଣସି କାମରେ ୭ଜଣ ଯାତ୍ରୀ ବିଶାଖାପାଟଣା ଯାଇ ଫେରୁଥିଲେ । ତେବେ ରାତିରେ ଉମୁରି ବିଜ୍ର ଉପରେ ଆଉ ଗୋଟିଏ ଗାଡି ସାମନା ପଟୁ ଆସିବାରୁ ଭାରସାମ୍ୟ ହରାଇ ବ୍ରିଜ ତଳକୁ କାରଟି ଖସି ପଡ଼ିଥିଲା । ପ୍ରାୟ ୨ଜଣ ଗୁରୁତର ହୋଇଥିବାବେଳେ ଆଉ ୫ଜଣ ଆହତ ହୋଇଛନ୍ତି । ଆହତଙ୍କ ନାମ ଜଣାପଡିନାହିଁ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ପୋଲିସ ଆହତଙ୍କ ସଂପର୍କୀୟଙ୍କ ସହିତ ଯୋଗାଯୋଗ କରିଥିବା ସୂଚନା ରହିଛି ।