ଲଂଚ ହେଲା ଟେଲିକମ୍ ଜଗତର ସବୁଠୁ ଶସ୍ତା ପ୍ଲାନ୍ ! ୧.୯୭ ଟଙ୍କାରେ ପ୍ରତିଦିନ ମିଳିବ ୧ଜିବି ଡାଟା

189

ଟେଲିକମ ଜଗତରେ ଜିଓ ଏଂଟ୍ରି ମାରିବା ପରେ ପରେ ଆରମ୍ଭ ହୋଇଯାଇଛି ଶସ୍ତା ଅଫରର ଲଢେଇ । ଜିଓକୁ ଟକ୍କର ଦେବା ପାଇଁ ଏବଂ ଗ୍ରାହକଙ୍କୁ ନିଜ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ପ୍ରତିଦିନ ବିଭିନ୍ନ ଟେଲିକମ କଂପାନୀମାନେ କିଛି ନା କିଛି ଅଫରମାନ ଲଂଚ କରିବାରେ ଲାଗିପଡିଛନ୍ତି । ଇତି ମଧ୍ୟରେ ଏୟାରଟେଲ ଲଂଚ କରିଥିବା ୩୯୯ଟଙ୍କିଆ ପ୍ଲାନରେ ଡାଟାର ଲିମିଟକୁ ବଢାଇଦେଇଛି । ପ୍ରଥମେ ତ କଂପାନୀ ଏହି ପ୍ଲାନରେ ପ୍ରତିଦିନ ୧.୪ଜିବି ଡାଟା ଦେଇରଖୁଥିଲା । ତେବେ ମିଳିଥିବା ସୂଚନା ମୁତାବକ, ଏଣିକି କଂପାନୀ ଏହି ପ୍ଲାନରେ କିଛି ପରିବର୍ତ୍ତନ ଆଣିଛି ଏବଂ ଡାଟାକୁ ବଢାଇ ଦେଇଛି ।

ସୂଚନା ମୁତାବକ, ଏୟାରଟେଲ ନିଜ ୩୯୯ଟଙ୍କିଆ ପ୍ଲାନକୁ ଟିକିଏ ବଦଳାଇବାକୁ ଯାଇ ପ୍ରତିଦିନ ୨.୪ଜିବି ଡାଟା ଦେବା ଆରମ୍ଭ କରିଛି । ଯଦିଓ ଏହି ପରିବର୍ତ୍ତିତ ପ୍ଲାନର ଲାଭ ବର୍ତ୍ତମାନ କିଛି ମନ୍ନୋନିତ ଗ୍ରାହକଙ୍କୁ ଦିଆଯାଇଛି । ତେବେ ଏୟାରଟେଲର ଏହି ନିଷ୍ପତି ଜିଓକୁ ଟକ୍କର ଦେବାରେ ଖୁରାକ୍ ଯୋଗାଇବ । କାହିଁକି ନା କଂପାନୀ ଏହି ଦାମ ଉପରେ ୮୪ ଦିନ ପାଇଁ ପ୍ରତିଦିନ ୧.୫ଜିବି ଡାଟା ଉପଲବ୍ଧ କରାଉଛି ।

ଏୟାରଟେଲର ୩୯୯ ଟଙ୍କିଆ ବାଲା ପ୍ଲାନରେ, ୭୦ ଦିନର ବୈଧତା ସହିତ ଅସୀମ କଲ ମଧ୍ୟ ଦିଆଯାଉଛି । ଯଦିଓ ଏହି ଅଫର ଆଧାରରେ କିଛି ୟୁଜର୍ସଙ୍କ ପାଇଁ ୮୪ ଦିନର ବୈଧତା ଉପଲବ୍ଧି କରାଯାଉଛି ଏବଂ ଏଭଳି ୟୁଜର୍ସଙ୍କୁ ବର୍ଧିତ ଡାଟା ମଧ୍ୟ ପ୍ରଦାନ କରାଯିବ । ଅର୍ଥାତ୍ ଏହି ମନୋନିତ ଗ୍ରାହକଙ୍କୁ ୩୯୯ ଟଙ୍କା ବାଲା ପ୍ଲାନରେ ୮୪ ଦିନ ପାଇଁ ବୈଧତା ସହିତ ପ୍ରତିଦିନ ୨.୪ଜିବି ଡାଟା, ପ୍ରତିଦିନ ୧୦୦ଟି ଏସଏମଏସ ଏବଂ ଅସୀମ ଭଏସ କଲରୁ ସୁବିଧା ମଧ୍ୟ ଦିଆଯାଉଛି ।

ଏଭଳି ଭାବରେ ଗ୍ରାହକଙ୍କୁ ପ୍ରତି ଜିବି ପାଇଁ କେବଳ ୧.୯୭ ଟଙ୍କା ପେମେଂଟ କରିବାକୁ ପଡିବ । ଯାହାକି ବର୍ତ୍ତମାନ ସମୟରେ ଟେଲିକମ ଜଗତରେ ୧ଜିବି ଡାଟା ପାଇଁ ସବୁଠାରୁ କମ ଦାମର ଅଟେ । ବର୍ତ୍ତମାନ ଏହି ପ୍ଲାନରେ ବାକି ଗ୍ରାହକଙ୍କୁ ୭୦ ଦିନର ବୈଧତା ସହିତ ପ୍ରତିଦିନ ୧.୪ଜିବି ଡାଟା, ପ୍ରତିଦିନ ୧୦୦ଟି ଲେଖାଏଁ ଏସଏମଏସ ଏବଂ ଅସୀମ କଲର ସୁବିଧା ଦିଆଯାଉଛି ।