ବଣପାହାଡ ଘେରା ଆଦିବାସୀ ଗାଁରେ ନିଆରା ପରମ୍ପରା। ବର୍ଷ ବର୍ଷ ଧରି ଚାଲିଆସୁଛି ମାଲକାନଗିରି କୋୟା ଜନଜାତିଙ୍କ ପ୍ରଥା।

129

କନକ ବ୍ୟୁରୋ: ବଣପାହାଡ ଘେରା ଆଦିବାସୀ ଗାଁରେ ନିଆରା ପରମ୍ପରା । ବର୍ଷ ବର୍ଷ ଧରି ଚାଲିଆସୁଛି ତାଙ୍କର ପ୍ରଥା । ମାଲକାନଗିରି ପୁଷୁଗୁଡ଼ା ଗାଁରେ ରୁହନ୍ତି ଆଦିମ ଜନଜାତି କୋୟା ସଂପ୍ରଦାୟ । ସେମାନଙ୍କ ବିଶ୍ୱାସ ସ୍ୱୟଂ ମହାଦେବ ଓ ମାଆ ଆଦିଶକ୍ତି ତାଙ୍କ ସହ ରହିଛନ୍ତି । ପ୍ରଥା ଅନୁସାରେ ପୂଜାରୀମାନେ ଏକ କଦଳୀ ଗଛ ମୂଳରେ ଧୂପଦୀପ ସହ ଏକ ଅଣ୍ଡାକୁ ରଖି ପୂଜା କରିବାପରେ ଭକ୍ତମାନଙ୍କ ଶରୀରରେ ଦେବତା ପ୍ରବେଶ କରିଥାନ୍ତି । ଆଉ ତାପରେ ଛୋଟରୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତେ ଝୁଲି ନାଚିବା ଆରମ୍ଭ କରଦେଇଥାନ୍ତି । ଏଥିରେ ଛୋଟ ପିଲା ଠାରୁ ଆରମ୍ଭ କରି ମହିଳା ମାନେ ମଧ୍ୟ ଝୁଲି ଝୁଲି ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି ।

ଏପରିକି ଜଣେ ପୂଜାରୀ ନିଜ ଶରୀରରେ ଏକ ଲୁହା କଂଟା ଶିକୁଳିରେ ନିଜ ଶରୀରକୁ ପ୍ରହାର କରିଥାନ୍ତି । ଗାଁର ମଙ୍ଗଳ ପାଇଁ ଏହି ପୂଜା କରାଯାଉଥିବା ବେଳେ ସ୍ୱୟଂ ଭଗବାନ ଶରୀରରେ ପ୍ରକଟ ହୋଇଥିବା ଏହି କୋୟା ମାନଙ୍କ ରହିଛି ପ୍ରଗାଢ ବିଶ୍ୱାସ । ତେବେ ପୂର୍ବପୂରୁଷରୁ ପରମ୍ପରା ଅନୁସାରେ ଏହି କାଳେସୀ ନୃତ୍ୟ ଚାଲିି ଆସିଛି । ଆଗକୁ ମଧ୍ୟ ତାଙ୍କର ଏହିି ପୁରୁଣା ପ୍ରଥା ଜାରି ରହିବ ବୋଲି କୁହନ୍ତି ଏହି କୋୟାମାନେ ।