ହ୍ୟୁମାନଙ୍କ ବିରୋଧରେ ଶ୍ରେୟାଙ୍କ ସାଂଘାତିକ ଅଭିଯୋଗ। ‘ଧର୍ମପରବିର୍ତ୍ତନ ପାଇଁ ପକାଉଥିଲେ ଚାପ’

155

କନକ ବ୍ୟୁରୋ: ଭଲ ପାଇ ବାହାହେଲେ । ହେଲେ ଏବେ ଘରୋଇ ହିଂସା ମାମଲାରେ ଥାନାର ଚକ୍କର କାଟୁଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରେୟା । କଟକ ମହିଳା ଥାନାରେ ମୁହାଁମୁହିଁ ହୋଇଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟା । ପୁଲିସ ସମନ ପରେ ଉଭୟ ଥାନାକୁ ଆସିଥିଲେ । ତେବେ ମାମଲାର ସମାଧାନ ପୂର୍ବରୁ ଶ୍ରେୟା ଓ ତାଙ୍କ ବାପା, ହ୍ୟୁମାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଶ୍ରେୟାଙ୍କ ଓକିଲ କହିଛନ୍ତି,
– ଧର୍ମ ପରିବର୍ତ୍ତନ ପାଇଁ ଶ୍ରେୟାଙ୍କ ଉପରେ ଚାପ ପକାଉଥିଲେ ହ୍ୟୁମାନ
– ଏଥିପାଇଁ ରାଜି ନହେବାରୁ ଶ୍ରେୟାଙ୍କ ଉପରେ ନିର୍ଯାତନା ଦିଆଯିବା ଆରମ୍ଭ ହୋଇଥିଲା
– ତଣ୍ଟିଚିପି ମାରିଦେବାକୁ ଉଦ୍ୟମ ହୋଇଥିଲା
– ଯୌତୁକ ପାଇଁ ଚାପ ପକାଉଥିଲେ, ଦୁଇଟି କିସ୍ତିରେ ୧୫ ଲକ୍ଷ ଦିଆଯାଇଥିଲା

ସେପଟେ ଶ୍ରେୟାଙ୍କ ବାପା ବି ହ୍ୟୁମାନ ସାଗର ବିରୋଧରେ ସାଂଘତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି,
-ରାତିରେ ମଦ ପିଇ ଶ୍ରେୟାଙ୍କୁ ରାତିରେ ବାଡଉଥିଲେ, ସକାଳେ କ୍ଷମା ମାଗୁଥିଲେ
-ଅନ୍ୟ ଝିଅଙ୍କ ସହିତ ହ୍ୟୁମାନଙ୍କ ସମ୍ପର୍କ ରହିଛି
-ସମାଧାନ ନ ହେବାରୁ ଝିଅ ୫ ମାସ ହେଲା ବାପଘରେ ରହୁଛି

ଶ୍ରେୟାଙ୍କ ଓକିଲ ଓ ତାଙ୍କ ବାପା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତେବେ ହ୍ୟୁମାନଙ୍କ ମାଆଙ୍କ ନୂଆ ଅଭିଯୋଗ ଘଟଣାକୁ ଭିନ୍ନ ମୋଡ ଦେଇଛି । ହ୍ୟୁମାନଙ୍କ ମାଆ ସିଧାସଳଖ ଅଭିଯୋଗ କରିଛନ୍ତି
– ଶ୍ରେୟା, ତାଙ୍କ ବାପା, ଭାଇ ଓ ମାଆ ମଦ ପିଉଥିଲେ
-ଏମାନେ ହ୍ୟୁମାନଙ୍କୁ ମଦ ପିଆଉଥିଲେ
– ଶ୍ରେୟା ଓ ହ୍ୟୁମାନଙ୍କ ଭଭୟଙ୍କର ଭୁଲ ଅଛି
– ବୋହୂ ନାଁରେ ଜମି, ଜାଗା କିଣିଛି ପୁଅ
-ହ୍ୟୁମାନଙ୍କ ଟଙ୍କାକୁ ଶ୍ରେୟା ତାଙ୍କ ବାପାଙ୍କୁ ଦେଇଛନ୍ତି
-ହ୍ୟୁମାନଙ୍କ ଶାଶୁଙ୍କ ପରକୀୟା ପ୍ରୀତି ରହିଛି

ଥାନାରେ ହାଜର ହେବାର ପରେ ମାମଲାର ସମାଧାନ ପାଇଁ ଉଭୟ ପତି-ପତ୍ନୀ ଦୁଇଦିନ ସମୟ ନେଇଛନ୍ତି । ୨ ଦିନ ପରେ ଉଭୟ ପୁଣି ଆସିବେ । ଆଉ ସମାଧାନ ନହେଲେ ମାମଲା ହେବ ଓ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହିଂସା ନେଇ ଉଭୟ ହ୍ୟୁମାନ ସାଗର ଓ ଶ୍ରେୟାଙ୍କ ପରିବାର ମୁହାଁମୁହିଁ ହେବା ପରେ ପ୍ରଶ୍ନ ଉଠୁଛି, ସତ କିଏ କହୁଛି । ଦୁଇଦିନ ମଧ୍ୟରେ ସମାଧାନ ହେବା ସମ୍ଭବ କି ।