ମହୁଲଡୀହା ଥାନାରେ ଭୟଙ୍କର ନିଆଁ : ଜଳିଗଲା କାର, ବାଇଟ୍ ଅଟୋ; ଅଳିଆ ଗଦାରୁ ନିଆଁ ଝୁଲ ଉଡି ନିଆଁ ଲାଗିଥିବା ସନ୍ଦେହ

79

କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲା ମହୁଲଡୀହା ଥାନାରେ ଲାଗିଲା ନିଆଁ । ଜଳିଗଲା କାର, ବାଇକ୍, ଅଟୋ, ସାଇକେଲ ସହ ଅନ୍ୟାନ୍ୟ ଆସବାପତ୍ର । ଗତକାଲି ଅଳିଆଗଦାରୁ ନିଆଁ ଝୁଲ ପବନରେ ଉଡି ପାଖରେ ପଡିଥିବା ଶୁଖିଲା ପତ୍ରରେ ନିଆଁ ଲାଗିଯାଇଥିଲା । ପରେ ନିମିଷକ ମଧ୍ୟରେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା । କିଛି ବୁଝିବା ପୂର୍ବରୁ ନିଆଁ ଲାଗି ଥାନା ପରିସରରେ ଥିବା ଜବତ ଗାଡିଗୁଡିକ ହୁତୁହୁତୁ ହୋଇ ଜଳିଥିଲା । ଅଗ୍ନିଶମ ବାହୀନୀ ଆସି ନିଆଁ ଆୟତ କରିବା ପୂର୍ବରୁ ନିଆଁ ତାଣ୍ଡବ ରଚିସାରିଥିଲା । ମୋଟ ୫୨ ଟି ଗାଡି ଜଳିଯାଇଛି । ସେଥିରେ ୪ଟି କାର, ୨ଟି ଅଟୋ, ୧୮ ଟି ବାଇକ୍ ଥିବା ପୁଲିସ ସୂଚନା ଦେଇଛି ।