ବୋରୱଲରେ ଫସିଲା କୁନି ଜୀବନ । ଯୁଦ୍ଧକାଳୀନ ଭିତିରେ ପ୍ରଶାସନର ଉଦ୍ଧାର କାମ ଜାରି

118

କନକ ବ୍ୟୁରୋ : ବୋରୱେଲ ଗାତରେ ଫଶି ରହିଛି ଜୀବନ । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାଣ୍ଡାଭି ଗାଁରେ ବୋରୱେଲରେ ଖସପଡିଛି ୭ ବର୍ଷର ଶିଶୁ । ପିଲାଟିର ନାଁ ତନ୍ମୟ ଦିୟାବର । ତନ୍ମୟ, ବାପା ସୁନୀଲ ଦିୟାବରଙ୍କ ସହ ବିଲକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ବୋରୱେଲର ଗଭୀର ୪ ଶହ ଫୁଟ ହୋଇଥିବାବେଳେ ପିଲାଟି ୫୦ ଫୁଟରେ ଅଟକି ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ପ୍ରଶାସନ ପହଂଚି ଉଦ୍ଧାର କାମ ଜାରି ରଖିଛି ।

ଜେସିବି ମେସିନ ସହୟତାରେ ଗାତ ଖୋଲା ଚାଲିଛି । ପିଲାଟିକୁ ପାଇପ ଯୋଗେ ଅକ୍ସିଜେନ ଯୋଗଇ ଦେବାର ବ୍ୟବସ୍ଥା କରାଯାଇଛି । ମଧ୍ୟପ୍ରଦେଶର ଭୋପାଳ ଓ ହୋସଙ୍ଗାବାଦରୁ ଦୁଇଟି ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛି ।

ସୂଚନା ଅନୁସାରେ ବେତୁଲ ଜିଲ୍ଲା ମାଣ୍ଡାଭି ଗାଁର ସୁନୀଲ ଦିୟାବର, ଗତକାଲି ସନ୍ଧ୍ୟା ସମୟରେ ୭ବର୍ଷର ପୁଅ ତନ୍ମୟକୁ ନେଇ ବିଲକୁ ଯାଇଥିଲେ । ଏହି ସମୟରେ ତନ୍ମୟ ବୋରୱେଲ ଗାତକୁ ଚାହୁଁଥିବ ସମୟରେ ଅଚାନକ୍ ଗାତରେ ପଡ଼ିଯାଇଥିଲେ । ପରିବାର ପକ୍ଷରୁ ୫ଟା ୧୦ ମିନିଟରେ ପୁଲିସ ଓ ପ୍ରଶାସନକୁ ସୂଚନା ଦିଆଯାଇଥିଲା । ସନ୍ଧ୍ୟା ୬ଟା ପୁଲିସ ଓ ପ୍ରଶାସନର ଟିମ୍ ପହଂଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ରାତି ସାଢେ ୭ଟାରେ ଜେସିବି ଯୋଗେ ଗାତ ଖୋଳିବା ଅଭିଯାନ ଆରମ୍ଭ ହୋଇଥିଲା । ରାତି ୮ଟାରେ ତନ୍ମୟକୁ ପାଇପ ଯୋଗେ ଅକ୍ସିଜେନ ଯୋଗଇ ଦିଆଯାଇଥିଲା । ରାତି ୯ଟାରେ ବାପାଙ୍କ ସହ କଥାବାର୍ତା କରିଥିଲେ ତନ୍ମୟ । ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ସୁନୀଲ ଦିୟାବର ଏହି ବୋରୱେଲ ଖୋଳିିଥିଲେ । ବୋରୱେଲରେ ଜଳସ୍ତର କମିଯିବାରୁ ଲାଗିଥିବା ମଟର ଖୋଲିି ଘରକୁ ନେଇଯାଇଥିଲେ । ଆଉ ଖୋଲା ଥିବା ବୋରୱେଲରେ ଗତକାଲି ସନ୍ଧ୍ୟା ୫ଟାରେ ପଡ଼ିଯାଇଥିଲେ ତନ୍ମୟ ।