ବୁଗୁଡା ନିକଟରେ ଟ୍ରକକୁ ଧକ୍କା ଦେଲା ମିନି ବସ୍ । ଦୁର୍ଘଟଣାରେ ଜଣକର ମୃତ୍ୟୁ, ୧୦ ଜଣ ଆହତ ।

169

କନକ ବ୍ୟୁରୋ: ୫୭ ନମ୍ବର ଜାତୀୟ ରାଜପଥ ନୟାଗଡ଼ର ବୁଗୁଡା ନିକଟରେ ଟ୍ରକକୁ ଧକ୍କା ଦେଲା ମିନି ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବଳେ ପ୍ରାୟ ୧୦ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ ଏମାନେ ଆଠଗଡ଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ମିନିବସଟି ଦଶପଲ୍ଲା ଆଡ଼କୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପିକନିକ ସାରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।