ମୃତବାପାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ଲାଗି ସ୍ୱର୍ଗକୁ ଚିଠି ଲେଖିଲା ଶିଶୁ ! ସୋସିଆଲ୍ ମିଡିଆରରେ ଭାଇରାଲ୍ ହେଲା ଚିଠି ।

168

କମ ବୟସରେ ନିଜ ମାତା-ପିତାଙ୍କୁ ହରାଇବାର ଦୁଃଖ କେବଳ ହରାଇଥିବା ଲୋକ ହିଁ ଜାଣି ପାରିବ । ସେଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଜଣେ ୭ ବର୍ଷୀୟ ଶିଶୁ ନିଜ ବାପାଙ୍କୁ ହରାଇଥିବା ବେଳେ ଏବେ ବି ତାଙ୍କ ବାପା ତାଙ୍କୁ କେଉଁଠି ନା କେଉଁଠି ଦେଖୁଥିବା ଶିଶୁଟି ବିଶ୍ୱାସ ରଖିଛି । ଏହା ସହ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଥିବା ଦେଖାଯାଇଛି । ଚିଠି ଲେଖି ଶୁଭେଚ୍ଛା ଜଣାଇଥିବା ବେଳେ ଚିଠିରେ ଲେଖାଥିବା ଶବ୍ଦ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଛି ।

ଶିଶୁଟି ଲେଖିଥିଲା,”ପ୍ରିୟ ପୋଷ୍ଟମ୍ୟାନ୍, ଆପଣ ଏ ଚିଠିକୁ ସ୍ୱର୍ଗକୁ ପଠାଇ ପାରିବେ କି?ଏହି ଚିଠିଟି ମୋ ବାପାଙ୍କୁ ଲେଖିଛି। ଆଜି ତାଙ୍କର ଜନ୍ମଦିନ।” ତେବେ ଡ଼ାକ ବିଭାଗ ତରଫରୁ ସୁନ୍ଦର ଭାବରେ ଏହାର ଉତ୍ତର ମଧ୍ୟ ରଖାଯାଇଥିଲା । “ସ୍ୱର୍ଗକୁ ଚିଠି ପଠାଇବା ବହୁତ କଷ୍ଟ ହୋଇଥିଲା । ରାସ୍ତାରେ ବହୁତ ସାରା ତାରା ଆସିଥିଲେ । ଯାହାର ସାମ୍ନା କରି ସ୍ୱର୍ଗରେ ପହଞ୍ଚିବା କଷ୍ଟ ହୋଇଥିଲା । କିନ୍ତୁ ଆମେ ଚିଠି ପହଞ୍ଚାଇ ଦେଲୁ” ବୋଲି ଲେଖି ଡ଼ାକ ବିଭାଗ ତରଫରୁ ଶିଶୁଟିକୁ ଚିଠି ପଠା ଯାଇଥିଲା ।

ସୂଚନା ମୁତାବକ, ଶିଶୁଟିର ମା’ ଟେରିଙ୍କ କହିବା ଅନୁଯାୟୀ, କିଛି ମାସ ପୂର୍ବରୁ ଶିଶୁଟିର ବାପା ମୃତ୍ୟୁବରଣ କରି ସାରିଥିଲେ ମଧ୍ୟ ଶିଶୁଟି ଏହାକୁ ଗ୍ରହଣ କରି ପାରି ନାହିଁ । ଯାହା ପାଇଁ ସେ ନିଜ ବାପାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏହି ଚିଠି ଲେଖିଥିଲା ।