ସୁଦାନରୁ ଫେରିଲେ ୬ଜଣ ଓଡ଼ିଆ : ବଖାଣିଲେ ଗୃହ ଯୁଦ୍ଧ ଭିତରୁ ମୁକୁଳି ଆସିବାର ଅନୁଭୂତି

131

କନକ ବ୍ୟୁରୋ : ସୁଦାନରେ ଚାଲିଛି ଗୃହଯୁଦ୍ଧ । ଦିନକୁ ଦିନ ସ୍ଥିତି ଜଟିଳ ହୋଇପଡୁଛି । ତେବେ ସେଠାରେ ଫସି ରହିଥିବା ୬ଜଣ ଓଡ଼ିଆ ଘର ବାହୁଡିଛନ୍ତି । ସୁଦାନରୁ ଫେରି ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରୁ ୬ ଜଣ ନିଜ ନିଜ ଘରକୁ ଫେରିଯାଇଛନ୍ତି । ତେବେ ଘରକୁ ଫେରିବା ପରେ କହିଛନ୍ତି ସେଠାରେ ଘଟିଥିବା ଲୋମଟାଙ୍କୁରା କାହାଣୀ । ସେଠାରେ ଗୃହ ଯୁଦ୍ଧରେ ଖାଇବା ପିଇବା ମିଳୁନଥିଲା । ଗନ ପଏଣ୍ଟରେ ସେମାନଙ୍କୁ ବନ୍ଦୀ କରି ରଖାଯାଇଥିଲା । ପିଇବା ପାଇଁ ପାଣି ଟିକେ ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡୁଥିଲା ।

ସୋମନଙ୍କ ପାଖଷର ଯାହା ସବୁ ଥିଲା ସବୁ ବନ୍ଧୁକ ଦେଖାଇ ଲୁଟ୍ କରିନିଆଗଲା । ସେଠାରେ ଥିବା ଇଣ୍ଡିଆନ କ୍ୟାଣ୍ଟିନକୁ ମଧ୍ୟ ବ୍ଲାଷ୍ଟ କରିଦିଆଯାଇଛି । ଯାହାଫଳରେ ଚଳିବାକୁ କଷ୍ଟକର ହୋଇପଡିଥିଲା । ପ୍ରତି ୧୦ରୁ ୧୫ ମିନିଟରେ ବିସ୍ଫୋରଣ ଘଟୁଥିଲା । ଜୀବନ ବଞ୍ଚାଇ କେବେ ଫେରିବେ ବୋଲି ଆଶା ରଖିନଥିଲେ ବୋଲି କୁହନ୍ତି ସୁଦାନରୁ ଫେରିଥିବା ଏହି ଓଡ଼ିଆମାନେ । ତେବେ ଏନେଇ ଅପରେସନ କାବେରୀ ଯୋଗୁ ସରକାରଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି ଉଦ୍ଧାରକାରୀ ଓଡ଼ିଆମାନେ ।