୨ ଦିନ ପରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ : ସ୍ଥିତି ସମୀକ୍ଷା କଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ

205

କନକ ବ୍ୟୁରୋ : ଦୁଇ ଦିନ ପରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ ହେବ । ନୂଆ ରୂପରେ ଝଲିସିବ ଏକାମ୍ର କ୍ଷେତ୍ର । ପ୍ରସ୍ତାବିତ ଏକାମ୍ର ହେରିଟେଜ ସ୍ଥଳ ବୁଲି ଦେଖିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି କମିଶନର, ବିଡିଏ ଉପାଧ୍ୟକ୍ଷଙ୍କ ଉପସ୍ଥିତିର ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି ପାଣ୍ଡିଆନ୍ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ସମସ୍ତ କାର୍ଯ୍ୟ ଠିକରେ ହୋଇଛି କି ନାହିଁ ତାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ସୂଚନା ମୁତାବକ, ଆସନ୍ତା ଜୁନ୍ ୨୫ ତାରିଖରୁ ବିନ୍ଦୁସାଗରରେ ଲାଇଟ ଆଣ୍ଡ ସାଉଣ୍ଡ ସୋ’ ଆରମ୍ଭ ହେବ । ବିନ୍ଦୁସାଗର ସମେତ ଭିମକୁଣ୍ଡ ପୁଷ୍କରିଣୀରେ ଲାଇଟ ଆଣ୍ଡ ସାଉଣ୍ଡ ସୋ’ ଚାଲିବ । ୨୬ ତାରିଖ ସନ୍ଧ୍ୟାରେ ଏକ ବଡ଼ ଯଜ୍ଞ କରାଯିବ ବୋଲି ସୂଚନା ମିଳିଛି ।