ବଢିବ ଭାରତର ପ୍ରତିରକ୍ଷା ଓ ମହାକାଶ ଶକ୍ତି : ଆମେରିକା ସହ ଗୁରୁତ୍ୱପୂର୍ଣ୍ଣ ରାଜିନାମା; ପ୍ରଧାନମନ୍ତ୍ରୀ କହିଲେ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହେବ ଭାରତ

67

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ତିନି ଦିନିଆ ଆମେରିକା ଗସ୍ତରେ ଦୁଇ ଦେଶ ମଧ୍ୟରେ ବହୁ ଗରୁତ୍ୱପୂର୍ଣ୍ଣ ରାଜନାମା ସ୍ୱାକ୍ଷରିତ ହୋଇଛି । ଏଥିରେ ଭାରତରେ ସେମି କଣ୍ଡକ୍ଟର ପ୍ଳାଂଟ, ରେଲୱେ, ଟେକ୍ନୋଲୋଜି, ଡ୍ରୋନ୍, ଜେଟ୍ ଇଞ୍ଜିନ୍, ସ୍ପେସ ସେକ୍ଟର, ଭାରତୀୟଙ୍କୁ ଭିସା, ନୂଆ ବାଣିଜ୍ୟିକ ଦୂତାବାସ, ବିମାନ ଇଞ୍ଜିନ ନିମନ୍ତେ ଜିଓ ଏଚଏଏଲ ଡିଲ, ଗୁଜରାଟରେ ବିପୁଳ ନିବେଶ ଉପରେ ଚୁକ୍ତି ହୋଇଛି ।

ଆମେରିକା କଂଗ୍ରେସକୁ ଉଦବୋଧନ ଦେଇ ମୋଦୀ କହିଛନ୍ତି, ଖୁବ ଶୀଘ୍ର ଭାରତ ବିଶ୍ୱର ଚତୁର୍ଥ ଅର୍ଥବୃବସ୍ଥା ହେବ । ସେ ଯେତେବେଳେ ପ୍ରଥମେ ଆମେରିକା ଗସ୍ତରେ ଯାଇଥିଲେ ସେତେବେଳେ ଭାରତ ୧୦ମ ବୃହତ ଅର୍ଥବ୍ୟବସ୍ଥା ଥିଲା । ଏବେ ତାହା ପଞ୍ଚମରେ ପହଞ୍ଚିଛି । ଆଗାମୀ ଦିନରେ ଏହା ଚତୁର୍ଥ ସ୍ଥାନରେ ରହିବ ବୋଲି କହିଛନ୍ତି ମୋଦୀ ।

ତେବେ ଶୁକ୍ରବାର ହ୍ୱାଇଟ୍ ହାଉସରେ ମୋଦୀଙ୍କ ପାଇଁ ଆୟୋଜିତ ରାଷ୍ଟ୍ରୀୟ ଭୋଜିରେ ବିିଭିନ୍ନ ଦେଶରେ ୪୦୦ ଅତିଥି ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ଭାରତର ବ୍ୟବସାୟୀ ମୁକେଶ ଅମ୍ବାନୀ, ଆନନ୍ଦ ମହିନ୍ଦ୍ରା, ଭାରତୀୟ ବଂଶଧର ତଥା ଗୁଗୁଲ ସିଇଓ ସୁନ୍ଦର ପିଚାଇ, ସତ୍ୟ ନାଡେଲାଙ୍କ ସହ ବହୁ ବ୍ୟବସାୟୀ, ସଙ୍ଗୀତକାର, କ୍ରୀଡାବିତ୍ ପ୍ରମୁଖ ଯୋଗ ଦେଇଥିଲେ ।