କେନ୍ଦୁଝର ଗସ୍ତରେ ଫାଇଭ୍-ଟି ସଚିବ : ସକାଳୁ ସକାଳୁ କଲେ ପ୍ରସିଦ୍ଧ ସିଦ୍ଧିମଠ ଦର୍ଶନ

137

କନକ ବ୍ୟୁରୋ : କେନ୍ଦୁଝର ଗସ୍ତରେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ । ସକାଳୁ ସକାଳୁ କେନ୍ଦୁଝରର ପ୍ରସିଦ୍ଧ ସିଦ୍ଧିମଠ ଦର୍ଶନ କରିଛନ୍ତି । ସିଦ୍ଧିମଠରେ ଥିବା ସିଦ୍ଧ ଜଗନ୍ନାଥ, ସିଦ୍ଧି କାଳୀଙ୍କ ସହ ଏହା ପରିସରରେ ଥିବା ଅନ୍ୟ ଦେବାଦେବୀ ମନ୍ଦିର ପରିଦର୍ଶନ କରିଛନ୍ତି । ସିଦ୍ଧିମଠର ଉନ୍ନତିକରଣ କରି ଏହାକୁ କିପରି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିପାରିବ ସେନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଆଜି ଫାଇଭ୍-ଟି ସଚିବ ଘଟଗାଁ, ହରିଚନ୍ଦପୁର, ଆନନ୍ଦପୁର ଓ ହାଟଡିହି ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।