ନୂଆ ନୋଟ୍ ପ୍ରଚଳନ ନେଇ ପ୍ରଧାନମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ : କହିଲେ କଳାଧନ ଜମାକରୀଙ୍କୁ ଛଡ଼ାଯିବନି

22

କନକ ବ୍ୟୁରୋ : ୫ ଶହ ଏବଂ ହଜାରେ ଟଙ୍କିଆ ନୋଟ୍ ବନ୍ଦ ପଦକ୍ଷେପକୁ ଏକ ବଡ ସ୍ୱଚ୍ଛତା ଅଭିଯାନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକଙ୍କୁ ହଇରାଣ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇନଥିବା ସେ କହିଛନ୍ତି । ବରଂ କଳାଧନ ଜମାକରୀଙ୍କୁ ସାବାଡ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ମୋଦି କହିଛନ୍ତି । ଆଜି ଜାପାନରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ଅବସରରେ ଏହି ନୂଆ ସଂସ୍କାରକୁ ଲୋକ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି ।

ଦେଶର ଆର୍ଥିକ ବିକାଶ ପାଇଁ ଏବେ ଖୁବ୍ ଜୋରରେ କାମ ଚାଲିଛି । ଏବଂ ଏହାକୁ ପୁରା ବିଶ୍ୱ ଗ୍ରହଣ କରିଛି ବୋଲି ମୋଦି କହିଛନ୍ତି । ବେଆଇନ ଭାବରେ ନିଜ ପାଖରେ କଳାଧନ ଜମା ରଖିିଥିବା ଲୋକ ଏବେ ଏହି ଟଙ୍କାଙ୍କୁ ଗଙ୍ଗାନଦୀରେ ବୁହାଇବାକୁ ବାଧ୍ୟ ହେବ । ତେବେ ସ୍ୱଚ୍ଛ ଲୋକଙ୍କ ସ୍ୱାର୍ଥହାନୀ ହେବାକୁ ଦିଆଯିବ ନାହିଁ ବୋଲି ମୋଦି କହିଛନ୍ତି ।