ସରକାରୀ ଅର୍ଥ ହଡପ ମାମଲା : ୫ଜଣଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

236

କନକ ବ୍ୟୁରୋ : ସରକାରୀ ଅର୍ଥ ହଡ଼ପ ମାମଲାରେ ୫ଜଣଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ । ବାରିପଦାର ସ୍ୱତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ଏକ ସରକାରୀ ଅର୍ଥ ହଡ଼ପ ମାମଲାର ରାୟ ପ୍ରକାଶ ପାଇଛି । ସ୍ୱତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ମାମଲାର ଶୁଣାଣି କରି ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ୩ବର୍ଷର କାରାଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଉଭୟଙ୍କୁ ୧୫ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ସିଦ୍ଧେଶ୍ୱର ବାରିକ, ମୁକୁନ୍ଦ ପ୍ରସାଦ ଦାସ, ହରିହର ଦାସ, ଅଶୋକ କୁମାର ମହାପାତ୍ର ଓ ବେଣୁଧର ନାଥ ।

ସୂଚନା ଅନୁସାରେ, ୨୦୦୮ ମସିହାରେ ବୈଶିଙ୍ଗା ଲ୍ୟାମ୍ପ୍ସରେ ଚାଷୀଙ୍କ ନିମନ୍ତେ ଡିଡବ୍ଲୁଓ ଡିଆର୍ ଯୋଜନାରେ ଋଣ ପ୍ରଦାନ କରାଯାଇଥିଲା । ଋଣ ପାଇଁ ୫ ବାରିପଦା ସ୍ଥିତ ମୟୂରଭଞ୍ଜ ସେଂଟ୍ରାଲ କୋ-ଅପରେଟିଭ ବ୍ୟାଙ୍କକୁ ୧୬୦୦ରୁ ଅଧିକ ଚାଷୀଙ୍କ ତାଲିକା ପଠାଇଥିଲେ ୫ ଅଭିଯୁକ୍ତ । ବୈଶିଙ୍ଗା ଲ୍ୟାମ୍ପ୍ସର ଏମଡି ସିଦ୍ଧେଶ୍ୱର ବାରିକ ଉକ୍ତ ଚାଷୀଙ୍କୁ ୧କୋଟି ୮୨ଲକ୍ଷ ୪୬ହଜାର ୨୯୫ଟଙ୍କା ଋଣ ପ୍ରଦାନର ଅନୁମୋଦନ ପାଇଁ ବେତନଟୀ ଓ ବାରିପଦା ଏମସିସିବିକୁ ପ୍ରସ୍ତାବ ପଠାଇଥିଲେ ।

ତେବେ ସମସ୍ତ ଟଙ୍କା ଅନୁମୋଦନ ହେବା ପରେ ବେଆଇନ ଭାବେ ୧୭୫ଜଣଙ୍କୁ ୧୦ଲକ୍ଷ ୬୪ହଜାର ୧୨ଟଙ୍କା ପ୍ରଦାନ କରାଯାଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି । ଏହି ଘଟଣାରେ ଜଡିତ ଥିବା ବେତନଟୀ ଏମସିସିବି ଶାଖା ମ୍ୟାନେଜର ଶରତ ଚନ୍ଦ୍ର ପରିଡାଙ୍କ ମୃତ୍ୟୁ ହୋଇଛି ।