ଜୀବନ ନେଉଛି ଜଙ୍ଗଲ! ଫଳ ଆଶାରେ ଯାଉଛି ଜୀବନ । ୩ ସପ୍ତାହରେ ଗଲାଣି ୫ ଜୀବନ ।

166

କନକ ବ୍ୟୁରୋ: ସାତକୋଶିଆ ଆଖପାଖ ପେରିଫେରି ଅଞ୍ଚଳରେ ହାତୀ ଆକ୍ରମଣ ବଢ଼ିବାରେ ଲାଗିଛି । କାରଣ ଜଙ୍ଗଲରେ ଅଛନ୍ତି ହାତୀ ପଲ । ଜଙ୍ଗଲରେ ଆମ୍ବ ପ୍ରଚୁର ପରିମାଣର ହୋଇଛି, ଲୋକମାନେ ଆମ୍ବ ପାଇଁ ସେଠାକୁ ଯାଉଛନ୍ତି । ଜଙ୍ଗଲ ଭିତରେ ହାତୀ ହାବୁଡ଼ରେ ପଡ଼ି ଅନେକଙ୍କ ଜୀବନ ଯାଉଛି । ଅନୁଗୁଳରେ ହାତୀ ଆକ୍ରମଣର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଚଳିତ ବର୍ଷ ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ହାତୀ ପାଇଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି ।

ଆଜି ମଧ୍ୟ ହାତୀ ଆକ୍ରମଣରେ ୨ଜଣଙ୍କ ଜୀବନ ଯାଇଛି । ଯାହାକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେଉଥିବା ବେଳେ ଟ୍ରାକିଂ, ଟେସ୍ରିଂ କରିବାରେ ବିଫଳ ହେଉଛି ବୋଲ ଅଭିଯୋଗ କରିଛନ୍ତି । ସେପଟେ ହାତୀମାନଙ୍କ ଠାରୁ ସତର୍କ ରହିବା ପାଇଁ ବନବିଭାଗ ପକ୍ଷରୁ କୁହାଯାଇଛି । ଆମ୍ବ ବଗିଚାରୁ ଆମ୍ବ ଗୋଟାଇବାକୁ ବାରଣ କରୁଛନ୍ତି ବନ ବିଭାଗ । ଦୀଘ ୧ ବର୍ଷ ହେବ ଏହି ଅଂଚଳରେ ଆତଙ୍କ ଖେଳାଇଛନ୍ତି ହାତୀ ପଲ ।

ସରକାର ଯୋଗାଉଥିବା ଅନୁକମ୍ପା ରାଶି ସମୁଦ୍ରକୁ ଶଙ୍ଖେ ବୋଲି କହି ଏହି ରାଶିକୁ ବଢ଼ାଇବା ପାଇଁ ଦାବି କରିଛନ୍ତି ମୃତକଙ୍କ ପରିବାର ।